ଭୋଜି ଖାଇବା ସ୍ଥାନରେ ସ୍ଵାମୀ ସ୍ତ୍ରୀଙ୍କ ଝଗଡ଼ା ଯୋଗୁଁ ବଳି ପଡ଼ିଲା ଅନ୍ୟ ଗାଁର ସ୍କୁଲ ଛାତ୍ରୀ

କୋଲନରା,୧୦/୦୫- କୋଲନରା ବ୍ଲକ ଅନ୍ତର୍ଗତ ସୁରି ପଂଚାୟତର କୋମୁଗୁଡ଼ା ଗାଁର ପ୍ରାୟ ୪୦ଜଣ ଲୋକ ବିବାହ ଭୋଜି ଖାଇବା ପାଇଁ ରାୟଗଡା ବ୍ଲକ ଅନ୍ତର୍ଗତ କର୍ଲକୋଣା ପଞ୍ଚାୟତର କୁରୁମପେଟା ଗ୍ରାମକୁ ଯାଇଥିଲେ । ସେଠାରେ ଭୋଜିଖାଉଥିବା ସମୟରେ କୌଣସି କାରଣରୁ ସେହି ଗ୍ରାମର ଜିଆନା ତାଡ଼ିଂ ଓ ତାଙ୍କ ସ୍ତ୍ରୀ ପୂର୍ଣାଲୁ ତାଡିଂ ମଧ୍ୟରେ ଝଗଡ଼ା ହୋଇ ଥିଲା । ଜିଆନା ତାଡ଼ିଙ୍ଗ ରାଗରେ ତାଙ୍କ ସ୍ତ୍ରୀ ପୂର୍ଣାଲୁ ଉପରକୁ ଏକ ଇଟା ଫୋପଡ଼ିଥିଲେ । ମାତ୍ର ଇଟାଟି ତାଙ୍କ ସ୍ତ୍ରୀ ଙ୍କ ଉପରେ ନ ବାଜି କୋମୁ ଗୁଡା ଗାଁର ହରି କାଡ୍ରାକାଙ୍କ୧୨ବର୍ଷର ଝିଅ ରୋଜି କାଡ୍ରାକା ଛାତିରେ ବାଜିଥିଲା । ଫଳରେ ରୋଜିର ସେଠାର ପ୍ରାଣବାୟୁ ଚାଲି ଯାଇଥିଲା । ରୋଜି ରଡାଙ୍ଗି ଆଶ୍ରମ ସ୍କୁଲୁରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ପରିବାର ଲୋକେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଥିବା ବେଳେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ପରିବାରଙ୍କ ଏତଲା କ୍ରମେ ଜିଆନା ତାଡିଙ୍ଗକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡ଼ିଛି ।