ଅବକାରୀ ବିଭାଗର ର ଚଡାଉ, ବିପୁଳ ପରିମାଣ ର ଦେଶୀ ମଦ ଜବତ ସହ ଗୋଟିଏ ସ୍କର୍ପିଓ ଗାଡି ଓ ଡ୍ରାଇଭର ଅଟକ
କାମାକ୍ଷାନଗର,୧୮/୧ :-ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ଆଲୁତୁମା ବାଇପାସ ନିକଟରେ କାମାକ୍ଷା ନଗର ଅବକାରୀ ବିଭାଗ ର ଚଢ଼ାଉ। ଚଢ଼ାଉ ରେ ଆମ୍ବପଳାଶ ରୁ ଚୋରା ଦେଶିମଦ ନେଇ ଭୁବନ ଯାଉଥିବା ଏକ ସ୍କର୍ପିଓ ଗାଡି ଓ ସେଥିରେ ଥିବା ୬୦୦ଲିଟର ଚୋରା ଦେଶୀ ମଦ ଜବତ ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ |ଗିରଫ ଡ୍ରାଇଭର ଜଣକ ହେଉଛନ୍ତି ଆମ୍ବପଳାଶ ମଧୁବନ ସାହିର ମଣ୍ଟୁ ସାହୁ |ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷା ନଗର ଅବକାରୀ ବିଭାଗ ଏହି ଚଢ଼ାଉ କରିଥିଲା |ଫଳରେ ମୁକ୍ତାପସୀ ରୁ ଗାଡିଟିକୁ ପିଛା କରି ଆଳୁତୁମା ଛକ ନିକଟରେ ରୋଡ଼ ବନ୍ଦ କରି ଗାଡିକୁ ଧରିଥିଲା ଅବକାରୀ ବିଭାଗ | ଗାଡି ଚାଳକକୁ ଧରିବାରେ ସକ୍ଷମ ହୋଇଥିବାବେଳେ ଜଣେ ସହଯୋଗି ଫେରାର ହୋଇଯାଇଥିବା ଜଣାପଡିଛି।
ରିପୋର୍ଟ -ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।