ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଟେବୁଲ୍ ଟପ୍ ଏକ୍ସରସାଇଜ ଅନୁଷ୍ଠିତ

ପୁରୀ ୧୧/୭- ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ପୁରୀ ଜିଲ୍ଲା ରେ ଆଜି ଟେବୁଲ୍ ଟପ୍ ଏକ଼ସରସାଇଜ ଅନୁଷ୍ଠିତ ହୋଇଥିଲା। ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ବିବିଧ ବିପର୍ଯ୍ୟୟ ର ମୁକାବିଲା ପାଇଁ ବିପର୍ଯ୍ୟୟର ପୂର୍ବ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ପୂର୍ବ ଅଭିଜ୍ଞତା ଓ ଅନୁଭବ ରୁ ବିପର୍ଯ୍ୟୟ ର ମୁକାବିଲା ସହ ଜଡିତ ପ୍ରତ୍ୟେକ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଓସଡାମାର ଜିଏମ ସୁନିତା ଜେନା, ଏ ଡି ଏମ ଓ ଡା ବିରଜା ଶଙ୍କର ରଥ ବିପର୍ଯ୍ୟୟର କାରଣ, ନିରାକରଣ, ପ୍ରସ୍ତୁତି, ବିଭାଗ ଅନୁସାରେ ଆକ୍ସନ ପ୍ଲାନ୍ ସମ୍ପର୍କ ରେ ବିଷଦ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ସେମାନଙ୍କ ବିଭାଗ ର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଏକ଼ସରସାଇଜ ଆଜି ଜିଲ୍ଲା ସଦର ମହକୁମା, ସମସ୍ତ ବ୍ଲକ୍ ଓ ସହରାଞ୍ଚଳମାନଙ୍କ ରେ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ସମସ୍ତ ୧୭୯ ଗୋଟି ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ୱାଟକୋ ର ଜିଏମ ଭବାନୀ ଶଙ୍କର ମହାନ୍ତି, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ ମହାନ୍ତି, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଓଡ୍ରାଫ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *