ବ୍ରିଜ ତଳକୁ ଓଲଟିଲା ଟାଟା ଏସି ଗାଡି। ୧୫ ରୁ ଉର୍ଦ୍ଧ୍ବ ଆହାତ,୩ ଗୁରୁତର କାମାକ୍ଷାନଗର

ବ୍ରିଜ ତଳକୁ ଓଲଟିଲା ଟାଟା ଏସି ଗିଡି। ୧୫ ରୁ ଉର୍ଦ୍ଧ୍ବ ଆହାତ, ୩ ଗୁରୁତର। ସମସ୍ତ ଆହାତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ଓ ଗୁରୁତର ୩ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର। ଗତ କାଲିଠାରୁ ଟାଟଏସି ଗାଡିରେ କିର୍ତ୍ତନ ଦଳ କୋଟଗରା ଗ୍ରାମକୁ ଏକ ଏକୋଇସିଆ କାର୍ଯ୍ୟରେ ଯୋଗ ଦେବାପାଇଁ ।ଯାଇଥିଲେ। ଏବଂ ଆଜି ସମସ୍ତ କିର୍ତ୍ତନ ଦଳ କୋଟଗରାରୁ ଆଳତୁମା ଫେରୁଥିଲେ।

ଫେରିବା ବାଟରେ କାମାକ୍ଷାନଗର ଥାନ ମହୁଲପାଳ ଗ୍ରାମ ନିକଟରେ ଥିବା ରାମିଆଳ ବ୍ରିଜରୁ ଗାଡି ସାଇଟ ମାରିଦେବାରୁ ଗାଡିଟି ବ୍ରିଜ ତଳକୁ ଓଲଟି ପଡିଥିଲା। ଆହାତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଆଗ୍ନୀସମ ବାହିନୀ ଯୋଗେ କାମାକ୍ଷାନଗର ମେଡିକାଲରେ କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଯାରିରଖିଛି। ସମସ୍ତ ଯାତ୍ରୀ କାମାକ୍ଷାନଗରର ଆଳତୁମା ହରିଜନ ସାହିର। ଗାଡିରେ ଡ୍ରାଇଭର ସମେତ ମୋଟ ୧୮ ଜଣ ଯାତ୍ରୀ ଥିବା ସୁଚନା। ସେଥିରୁ ମହିଳା ୧୦ ଜଣ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *