ଭୟଙ୍କର ଅଗ୍ନିକାଣ୍ଡ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ବଡ଼ଅଁଳ ପଞ୍ଚାୟତ ରସକୁଦି ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଦୀପକ ବେହେରା ଓ ବୁଲୁ ବେହେରା ଏବଂ ତ୍ରିନାଥ ବେହେରାଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଅଛି। ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଅଗ୍ନି ବିପନ୍ନ ପରିବାର ଦୀପକ ବେହେରା ଓ ବୁଲୁ ବେହେରା ଏବଂ ତ୍ରିନାଥ ବେହେରାଙ୍କୁ ଭେଟି ଆଶ୍ୱାସନା ଦେବା ସହିତ ସମବେଦନା ଜଣାଇଛନ୍ତି। ଏହା ସହିତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ଚୁଡ଼ା, ଚାଉଳ, ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ତତ୍ ସହିତ ଶ୍ରୀ ଦାସବର୍ମା କୃଷ୍ଣପ୍ରସାଦ ବ୍ଲକ ତହସିଲଦାର ସରତ ଗିରିଙ୍କ ସହିତ ଆଲୋଚନା କରି ଅଗ୍ନିବିପନ୍ନ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ କୃଷ୍ଣପ୍ରସାଦ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ଚରେଇ, ସମିତି ସଭ୍ୟାଙ୍କ ପ୍ରତିନିଧି ସୋନୁ ପ୍ରଧାନ ତହସିଲଦାର ସରତ ଗିରି ଏବଂ କୃଷ୍ଣପ୍ରସାଦ ରାଜସ୍ୱ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *