ରାହାମାରେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୁତ୍ତ

ରାହାମାରେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୁତ୍ତ
ରାହାମା-୨୯/୬-କୁଜଙ୍ଗ ବ୍ଲକ ରାହାମା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଟ ସ୍ଥଳ ହୋଇଥିବା ବେଳେ ଦିନ କୁ ଦିନ ଅସାମାଜିକଙ୍କ ସଂଖ୍ୟା ବଢ଼ୁ ଥିବା ଦେଖିବାକୁ ମିଳୁଛି।କୌଣସି କାମରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଜୈନିକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୧୧ଟା ସୁଦ୍ଧା ବଜାର କାର୍ଯ୍ୟ ସାରି ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଯାଉଥିବା ସମୟରେ ଛୀନ ତାଇ ପାଇଁ ପୂର୍ଵ ପ୍ରସ୍ତୁତି ହୋଇ ଥିବା ଦୁଇ ଦୁର୍ବୁତ୍ତଙ୍କ ଭିତରୁ କଳା ରଙ୍ଗର ସାର୍ଟ ପିନ୍ଧିଥିବା ଦୁର୍ବୁତ୍ତ ଜଣକ ଶିକ୍ଷୟିତ୍ରୀଙ୍କ ପଛ ପଟୁ ସୁନା ଚେନ ଝାମ୍ପି ନେଇ ଏକ କଳା ରଙ୍ଗର ସ୍କୁଟିରେ ଫେରାର ହୋଇଯାଇଥିଲେ। ସ୍କୁଟି ଚଳାଉ ଥିବା ଦୁର୍ବୁତ୍ତ ଜଣଙ୍କ ମୁଣ୍ଡରେ ହେଲମେଟ ପିନ୍ଧିଥିବା ଦେଖିବାକୁ ମିଳିଛି।ଛୀନତାଇ ସମୟରେ ଶିକ୍ଷୟିତ୍ରୀ ଜଣକ ଆହତ ହୋଇ ତଳେ ପଡ଼ି ଯାଇଥିବା ଦେଖିବାକୁ ମିଳିଥିବା ବେଳେ ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦିନ ଦ୍ୱିପ୍ରହରରେ ଯଦି ଧନ ଜୀବନ ଅସୁରକ୍ଷିତ ହୋଇ ପଡୁଛି ସାଧାରଣ ଲୋକେ ଓ ବ୍ୟବସାୟୀଙ୍କ ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ।ସଠିକ ପେଟ୍ରୋଲିଂ ସାଙ୍ଗକୁ ଦୁର୍ବୁତ୍ତଙ୍କ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି ଅଞ୍ଚଳବାସୀ ।
ରାହାମାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *