ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ

ମୁମ୍ବାଇ,୨୩।୫: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ପୋଲିସକୁ ଧମକ ମିଳିଛି। ଜଣେ ବ୍ୟକ୍ତି ଟୁଇଟର ମାଧ୍ୟମରେ ଏହି ଧମକ ଦେଇଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁଯାୟୀ, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ମୁମ୍ବାଇ ପୋଲିସର ଟୁଇଟର ଆକାଉଣ୍ଟକୁ ଏକ ବାର୍ତ୍ତା ପଠାଯାଇଥିଲା, ଯେଉଁଥିରେ ଲେଖାଥିଲା ଯେ ମୁଁ ଖୁବ୍‌ଶୀଘ୍ର ମୁମ୍ବାଇକୁ ବିସ୍ଫୋରଣରେ ଉଡାଇଦେବି। ଏହି ବାର୍ତ୍ତା ଇଂରାଜୀ ଭାଷାରେ ଲେଖାଯାଇ ପଠାଯାଇଥିଲା। ଏହି ବାର୍ତ୍ତାକୁ ଗମ୍ଭୀରତାର ସହ ଗ୍ରହଣ କରି ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *