ଚନ୍ଦ୍ର ଶେଖର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ (ସି.ଇ.ଏମ) ପରିସରରେ ଏକ ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ।

ଭୁବନେଶ୍ୱର, ୧୭/୭:ଅଧୁନା ମହାମାରୀ କରୋନା କାଳରେ ଅମ୍ଳଜାନର ଅଭାବ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା । ବୃକ୍ଷଲତା ପରିବର୍ତ୍ତେ ଅଧୁନା ସମାଜ ବିକାଶର ନାମରେ ଧ୍ବସଂ ଆଡକୁ ମୁହାଁଇଲାଣି । ଏପରି ପରିପ୍ରେକ୍ଷୀରେ ବୃକ୍ଷ ରୋପଣ ହିଁ ଏକମାତ୍ର ସମସ୍ୟାର ସମାଧାନ । ଆଜି ପ୍ରାତଃ କାଳରେ ନୀଳାଦ୍ରିବିହାର ସ୍ଥିତ ଚନ୍ଦ୍ର ଶେଖର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ(ସି.ଇ.ଏମ) ପରିସରରେ ଏକ ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଅଛି । ଏହି ଅବସରରେ ମାନନୀୟ ରାଜ୍ୟସଭା ସାଂସଦ ମୁନ୍ନା ଖାନ, ଏମ ଡି ଦିଲସାଦ ଶେଖର, ଶ୍ରୀ ଦୁର୍ଗା ପ୍ରସାଦ ସାମନ୍ତରାୟ, ଶ୍ରୀ ପି କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀ ଶରତ କୁମାର ଜେନା, ପ୍ରିନସିପାଲ ପୁଷ୍ପାଞ୍ଜଳି ମହାନ୍ତି, ସନ୍ତୋଷ ବରାଡ଼(ସ୍ୱପ୍ନା ଟିଭି),ହେଲପ ଏନଜିଓ ର ସଭାପତି ଗିରିଧାରୀ ପ୍ରସାଦ ନାୟକ, ସମାଜସେବୀ ମହାସଂଘ ସଭାପତି ମନସ୍ମିତା ଜେନା, ନାରାୟଣ ଚନ୍ଦ୍ର ଓଝା (ଦିଶା ଟିଭି ), ଲୋରା ମହାପାତ୍ର, ବନ୍ଦନା ଶ୍ରୀଚନ୍ଦନ, ବନ୍ଦନା ପଣ୍ଡା, ଅମିତ ତ୍ରିପାଠୀ, ଲଗ୍ନାଦୀପା ମିଶ୍ର, ଆଶିଷ ମିଶ୍ର, କାଳୀ ଚରଣ ସିଂ, ଜୟଶ୍ରୀ ଧଳ, ସୌମ୍ୟ ଶୁଭ ଧଳ, ନିବେଦିତା ଲେଙ୍କା, କ୍ରିଷ୍ଣା ମହାପାତ୍ର, ଆନନ୍ଦ ପଟ୍ଟନାୟକ, ଚିନ୍ମୟ ପଟ୍ଟନାୟକ, ସୁଚିସ୍ମିତା ପୃଷ୍ଟି, ପୋଲିସ ଏସ ଆଇ ପ୍ରତାପ ଚନ୍ଦ୍ର ମିଶ୍ର , ପୃଥ୍ବୀରାଜ ଜେନା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *