ତୁଳସୀପୁରର କୁଶୁମା ଠେଙ୍ଗ ବସ୍ତି ରୁ ଗୋମାଂସ ବୋଝେଇ ଭ୍ୟାନ ଜବତ, ଡ୍ରାଇଭର ଅଟକ

ନିମାପଡା : ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ ର କୁସୁମା ଠେଙ୍ଗରୁ ଏକ ଗୋ ମାଂସ ବୋଝେଇ ବୋଲର ପିକପ ଓ ଡ୍ରାଇଭରକୁ ଅଟକ ରଖିଛି ଚାରି ଛକ ପୋଲିସ ।ଖବର ରୁ ପ୍ରକାଶ ଯେ ଶୁକ୍ରବାର ଦିନ ୧୨ :୩୦ ସମୟରେ ତୁଳସୀପୁର ପଞ୍ଚାୟତ କୁସୁମା ଠେଙ୍ଗ ବସ୍ତିରୁ ଏକ ଗୋମାଉଁସ ବୋଝେଇ ବୋଲର ପିକପ ଭ୍ୟାନବ ” ଓ ଡି ୦୨ ସିସି ୮୮୫୮ ” କୁ ଵିଶେଷ ସୂତ୍ରରୁ ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ଖବର ପାଇ ଜବତ କରିଛି । ଚାରିଛକ ଥାନା ଅଧିକାରୀ ଓ ତାଙ୍କ ଟିମି ଯାଇ ଗୋମାଂସ ବୋଝେଇ ଗାଡି ସହ ଗାଡି ଚାଳକ ସୟତେ ରସନ କୁ ଅଟକ ରଖିଛନ୍ତି । ଏ ନେଇ ଚାରିଛକ ଥାନାରେ ୭୯/୨୩ ରେ ଏକ କେସେ ରୁଜୁ କରାଯାଇଛି । ଚାରିଛକ ଅଞ୍ଚଳର ତୁଳସୀପୁର ପଞ୍ଚାୟତ କୁସୁମା ଠେଙ୍ଗ ବସ୍ତି ରୁ ବହୁ ଦିନ ଧରି ଗାଈ ବାଛୁରୀ ମାନଙ୍କୁ ଆଣି ତାକୁ ମାରି ମାଂସ ବାହାର କୁ ଚାଲାଣ କରୁଥିଲେ ।ସବୁଦିନ ପରି ଆଜି ଗୋମାଂସ ନେଇ ଯାଉଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଓ ଟିମି ସହିତ ବଜରଙ୍ଗ ଦଳର କର୍ମୀମାନଙ୍କ ସହଯୋଗ ରେ ଏକ ଗୋ ମାଂସ ବୋଝେଇ ଗାଡିକୁ ଧରି ଥାନାକୁ ଆଣିଥିଲେ । ଆଗାମୀ ଦିନରେ ଏଭଳି ଗୋମାଂସ ଚାଲାଣ କରୁଥିବା ବେକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଏପରି ଏକ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଥାନା ଅଧିକାରୀ ଶ୍ରୀମତୀ ବିଶ୍ୱାଳ କୁ ପ୍ରଶଂସା କରିଥିଲେ ।