ଜଳିଗଲା ଦୁଇ ବଖରା ଘର, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁବେରଣୀ ଗାଁରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା ଘର। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ। କେନ୍ଦୁବେରଣୀ ଗାଁର ମଦନ ପଧାନଙ୍କ ପରିବାର ଲୋକେ ଘରେ ନଥିବା ବେଳେ ହୋଇଛି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଧାନ, ଚାଉଳ ସହିତ କିଛି ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି । କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତୁରନ୍ତ ଅଗ୍ନିବିପନ୍ନଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *