ଚାରିଛକ ପୋଲିସ ର ଏକ ନିଆରା ପ୍ରୟାସ ,ଗୋଲାପ ଦେଇ କଲେ ଟ୍ରାଫିକ ସଚେତନ

ନିମାପଡା :- ୦୨/୧୨ ସାରା ରାଜ୍ୟରେ ଦୁର୍ଘଟଣା କୁ ଦୃଷ୍ଟି ରଖି ପୁରୀ ଜିଲ୍ଲା ଚାରିଛକ ଥାନା ଅଧିକାରୀ ଶ୍ରୀମତୀ ମମତା ବିଶ୍ୱାଳ ଙ୍କ ନେତୃତ୍ୱରେ ଏକ ଟ୍ରାଫିକ ସମସ୍ୟା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇ ଯାଇଛି । ହେଲେମେଣ୍ଟ ପିନ୍ଧି ଆସୁଥିବାଗାଡି ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇପ୍ରଥମେ ସଚେତନ କରିବା ସହିତ ଗାଡି ଚଲାଇବା ସମୟରେ ହେଲେମେଣ୍ଟ ପିନ୍ଧିବା ,ସିଟି ବେଲେଟ ଲଗାଇବା ,ଗାଡ଼ି ଚଲାଇବା ସମୟରେ ନିଶା ସେବନ ନ କରିବା ଆଦି ବିଷୟରେ ସଚେତନତା କରିବା ସହ ଗୋଲାପ ଫୁଲ ଦେଇ ବୁଝାଇଥିଲେ । ଏହି ସଚେତନ କାର୍ଯ୍ୟକ୍ରମ ରେ ଚାରିଛକ ବଜାର କମିଟି ସଭାପତି ମହେନ୍ଦ୍ର କୁମାର ନାୟକ ,ସମାଜସେବୀ ଶିଶିର ନାୟକ ,ଥାନା ଏ ଏସ ଆଇ କୃଷ୍ଣଚନ୍ଦ୍ର ପୃଷ୍ଟି , ଥାନା ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଗୋଲାପ ଦେଇ ସଚେତନତା କରିବା ସହ ସହଯୋଗ କରିଥିଲେ ।ଏପରି ଏକ କାର୍ଯ୍ୟକ୍ରମ କୁ ଥାନା ଅଧିକାରୀ ମମତା ବିଶ୍ୱାଳ କୁ ଚାରିଛକ ଅଞ୍ଚଳରେ ଧନ୍ୟବାଦ ଦେବା ସହ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିଲେ ।
ନିମାପଡା ରୁ ଶିଶିର କୁମାର ସ୍ବାଇଁ ରିପୋର୍ଟ