ଜିଲ୍ଲା ମହିଳା ବିଜେଡି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଜିଲ୍ଲା ମହିଳା ବିଜେଡି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ l ପୁରୀ, : ଜିଲ୍ଲା ମହିଳା ବିଜେଡି ପକ୍ଷରୁ ଜଟିଆବାବାଜୀ ଛକ ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି l ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଶାନ୍ତିଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗୀନ ଛୁରିଆ, ମନ୍ତ୍ରୀ ତୁଷାର କାନ୍ତି ବେହେରା, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ରାଜ୍ୟ ବିଜେଡି ମହିଳା ମହାସଚିବ କସ୍ତୁରୀ ମହାପାତ୍ର, ଜିଲ୍ଲା ଅବଜରଭର ସନ୍ଧ୍ୟା ବିଶ୍ୱାଳ, ରାଜ୍ୟ କମିଟି ସଦସ୍ୟା ପୁଷ୍ପାଞ୍ଜଳି ରଣା, ଜିଲ୍ଲାପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ l କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାର ଯେଉଁ ମା ମାନଙ୍କ ପାଇଁ ଯୋଜନା କରିଛନ୍ତି ତାହା ଜିଲ୍ଲାରେ ସମସ୍ତ ନିକଟରେ ପହଂଚାଇବା ପାଇଁ ଆଲୋଚନା ହୋଇଥିଲା l ଏଥିସହ ବିଜେଡି ଦଳକୁ ଆହୁରି କିପରି ସୁଦୃଢ କରାଯିବ, ଆଗକୁ ଥିବା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ ରୂପେ ପାଇବା, ଜିଲ୍ଳାରୁ ଆରମ୍ଭ କରି ବ୍ଲକ, ପଞ୍ଚାୟତ ଓ ବୁଥ ସ୍ତରରୁ ବିଜେଡିକୁ ମଜବୁତ କରାଯିବ ମହିଳାମାନେ ସେ ଦିଗରେ କିପରି ସଚେତନ ରହିବେ ଓ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ଏହି କାର୍ଯ୍ୟକାରିଣୀ ବୈଠକରେ 15ଜଣ ମହିଳା ବ୍ଲକ ବିଜେଡି ସଭାନେତ୍ରୀ, 17 ଜଣ ଜିଲ୍ଲା ପରିଷଦ ସଦସ୍ୟା, ଜିଲ୍ଲାର ବିଭିନ୍ନ ବ୍ଲକର ମହିଳା ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ସମେତ ଶତାଧିକ ମହିଳା କର୍ମୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *