ପୋଖରୀରେ ବୁଡି ଯୁବକ ମୃତ୍ୟୁ

ଖୋର୍ଦ୍ଧାଜିଲ୍ଲା ବାଲୁଗାଁ ନିକଟସ୍ଥ ଅଠର ବାଟିଆ ପଞ୍ଚାୟତର ବିଧାର ପୁର ଗ୍ରାମର ଦୀନବନ୍ଧୁ ସ୍ୱାଇଁଙ୍କ ପୁଅ ଦିଲୀପ କୁମାର ସ୍ୱାଇଁ ବୟସ ଚଉତିରିଶ, ପ୍ରତିଦିନ ପରି ଆଜି ମଧ୍ୟ୍ୟ ଗାଧୋଇ ବାକୁ ପୋଖରୀକୁ ଯାଇଥିଲେ, କିନ୍ତୁ ଦିଲ୍ଲୀପ ଙ୍କୁ ପହଁରl ଆସୁନଥିଲା, କୌଣସି କାରଣବଶତଃ ତାଙ୍କ ଗୋଡ଼ ଖସିଯିବାରୁ ଗଭୀର ପାଣି ଭିତରକୁ ଚାଲିଯାଇଥିଲା l ଦୈବ ଦୃଭାଗ୍ୟ ସାହାରା ଦେବାପାଇଁ କେହିବି ଜଣେ ପାଖରେ ନଥିବା ହେତୁ ପାଣିରେ ବୁଡି ଜୀବନ ଚାଲିଗଲା l ନିଜ ଘର ଲୋକ ଭାବିଲେ ପୁଅ ଏତେ ବେଳ ହେଲାଣି ଗାଧୋଇ ଯାଇଛି ଫେରି ନାହିଁ, ତେଣୁ ଖୋଜିବାକୁ ଆସିଲେ ଦେଖିଲେ ପୋଖରୀ ତୁଠରେ ଚପଲ ଅଛି କିନ୍ତୁ ଦିଲ୍ଲୀପ ସେଠାରେ ନାହାନ୍ତି l ସଙ୍ଗେ ସଙ୍ଗେ ଗ୍ରାମର ଯୁବକ ମାନଙ୍କୁ ଡାକି ପୋଖରୀରେ ଖୋଜାଖୋଜି କଲେ ଦେଖିଲା ବେଳକୁ ଗଭୀର ପାଣିଭିତରେ ପଡିରହିଥିବା ଜାଣିବାକୁ ପାଇ ସେଠାରୁ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଏହି ଦୁଃଖଦ ଖବର ପାଇ ବିଧାରପୁର ଗ୍ରାମରେ ନିଜର ବନ୍ଧୁ ବାନ୍ଧବ ଓସମ୍ପର୍କୀୟ ପରିଜନ କାନ୍ଦ ବୋବାଳି ସହିତ ଶୋକର ଛାୟା ଖେଳିଯାଇଛି l ଦିଲ୍ଲୀପ ସ୍ୱାଇଁ ବିଧାରପୁର ଗ୍ରାମର ଶାନ୍ତ,ଭଦ୍ର, ନମ୍ର ଓ ପରୋପକାରୀ ମଧ୍ୟ ଥିଲେ l ବାଲୁଗାଁ ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ କରି ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛନ୍ତି l

Leave a Reply

Your email address will not be published. Required fields are marked *