ଆମ ଓଡିଶା ନବୀନ ଓଡିଶା

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଆଶ୍ରମ ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡିଶା ବିଭାଗ ପକ୍ଷରୁ ଆୟୋଜିତ ଇଣ୍ଟିଗ୍ରେଟେଡ଼ ୟୁଥ ଡେଭେଲପମେଣ୍ଟ ପ୍ରୋଗ୍ରାମରେ ଅତିଥି ଭାବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବ୍ଳକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, କଲେଜ ଅଧ୍ୟକ୍ଷ ରବି ନାରାୟଣ ରଥ, ଲଷ୍ମୀଧର ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ନେତୃତ୍ୱ ନେବାର କୌଶଳ ବାବଦରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ବାବଦରେ ବକ୍ତବ୍ୟ ରଖିଥିଲେ । ପରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଅଞ୍ଚଳର 3ଟି ଗ୍ରାମକୁ ଯାଇ ସ୍ୱଚ୍ଛତା ଓ ପରିବେଶ ସଫାସୁତରା ରଖିବା ପାଇଁ କାର୍ଯ୍ୟ କରିବା ସହିତ ସାଧାରଣ ଲୋକ ମାନଙ୍କୁ ଏହି କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *