‘ମୋଦି ହଟାଓ ଦେଶ ବଞ୍ଚାଓ’ର ପୋଷ୍ଟର ୧୧ଟି ଭାଷାରେ ପ୍ରକାଶ କଲା ଏଏପି

ନୂଆଦିଲ୍ଲୀ :‘ମୋଦି ହଟାଓ ଦେଶ ବଞ୍ଚାଓ’ର ପୋଷ୍ଟର ୧୧ଟି ଭାଷାରେ ପ୍ରକାଶ କଲା ଆମ ଆଦମୀ ପାର୍ଟି (ଏଏପି) । ତେବେ ୩୦ ମାର୍ଚ୍ଚ ସୁଦ୍ଧା ‘ମୋଦି ହଟାଓ ଦେଶ ବଞ୍ଚାଓ’ର ପୋଷ୍ଟର ସାରା ଦେଶରେ ଲଗାଇବାକୁ ଏଏପି ଯୋଜନା ପ୍ରସ୍ତୁତ କରିଛି।

ଦିଲ୍ଲୀରେ ଏଭଳି ପୋଷ୍ଟର ଲଗାଇବା ପରେ ଦିଲ୍ଲୀ ପୋଲିସ ୧୦୦ରୁ ଅଧିକ ଏଫଆଇଆର ଦାଖଲ କରିଥିଲା ଏବଂ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ସ୍ଲୋଗାନକୁ ନେଇ ମାର୍ଚ୍ଚ ୨୩ରେ ଆମ ଆଦମୀ ପାର୍ଟି ଜନ୍ତରମନ୍ତରରେ ଏକ ବିରାଟ ସାଧାରଣ ସଭା ଆୟୋଜନ କରିଥିଲା, ଯାହାକୁ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଭଗବନ୍ତ ମାନ ସମ୍ବୋଧିତ କରିଥିଲେ। ଏହି ସଭାରେ ଦିଲ୍ଲୀ ରାଜ୍ୟ ସଂଯୋଜକ ଗୋପାଳ ରାୟ ଘୋଷଣା କରିଥିଲେ ଯେ, ମାର୍ଚ୍ଚ ୩୦ରେ ଆମ ଆଦମୀ ପାର୍ଟି ସାରା ଦେଶରେ ‘ମୋଦି ହଟାଓ ଦେଶ ବଞ୍ଚାଓ’ର ପୋଷ୍ଟର ଲଗାଇବ। ଏହି ପୋଷ୍ଟର ହିନ୍ଦୀ, ଉର୍ଦ୍ଦୁ, ଇଂରାଜୀ ଏବଂ ପଞ୍ଜାବୀ ବ୍ୟତୀତ ଗୁଜୁରାଟୀ, ତେଲୁଗୁ, ବଙ୍ଗାଳୀ, ଓଡିଆ, କନ୍ନଡ, ମାଲାୟାଲମ ଏବଂ ମରାଠୀରେ ରିଲିଜ ହୋଇଛି।

Leave a Reply

Your email address will not be published. Required fields are marked *