ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ମାଟ୍ରିକ ପରୀକ୍ଷାରେ ଘଟିଥିବା ବିଭ୍ରାଟକୁ ପ୍ରତିବାଦ କରି, ପୁରୀରେ ଗର୍ଜିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ପୁରୀ ଏସ ସି ଏସ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବିଭିପିର ଛାତ୍ରଛାତ୍ରୀ ।ଗୋଟିଏ ପଟରେ ରାଜ୍ୟରେ 5T ମାଧ୍ୟମରେ ଗୁଣାତ୍ମକ ଶିକ୍ଷାଦାନ ଦିଆଯାଉଥିବା କଥା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟରେ 15000 ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷାରେ ଅନୁପସ୍ଥିତ ରହିବା ରାଜ୍ୟ ସରକାରଙ୍କ 5t ମାଧ୍ୟମରେ transformation of education ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ପରିଷଦ ସିଧାସଳଖ ଅଭିଯୋଗ କରିଛି ।ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା,ପରୀକ୍ଷାର୍ଥୀ ପରୀକ୍ଷା ହଲରେ ଅନୁପସ୍ଥିତ ରହିବା ଇତ୍ୟାଦି ଘଟଣାକୁ ତୀବ୍ର ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି ପରିଷଦର ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *