ରୁଙ୍ଗଟା କାରଖାନାରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଶ୍ରମିକ
-ଢେଙ୍କାନାଲ ଜିଲ୍ଲା ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖାନାରେ ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ୨ ଫର୍ଣ୍ଣେସ୍ ପମ୍ପଚର ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ତେବେ ତୁରନ୍ତ ଏହି ଫର୍ଣ୍ଣେସ୍କୁ କାରଖାନା ପକ୍ଷରୁ ବନ୍ଦ କରିଦିଆ ଯାଇଥିବା ଜଣାପଡିଛି । ଫଳରେ ଏହି ରୁଙ୍ଗଟା କାରଖାନାରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତେବେ ଏହି ଦୁର୍ଘଟଣାରେ ଦୁଇ ତିନି ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା କିଛି ଶ୍ରମିକଙ୍କ ଠାରୁ ସୂଚନା ମିଳିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାପଡିଛି । ମାତ୍ର ଦୁର୍ଘଟଣାରେ କେହି ଆହତ ହୋଇନଥିବା କାରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି lକାରଖାନାର ଏସଏମଏସ ୟୁନିଟ୍ର ୨ ବି୪ ଫର୍ଣ୍ଣେସ୍ ର ପାଇପ୍ ରେ ଜାମ୍ ହେବାରୁ ଲିକ୍ ହେବାରୁ ନିଆଁ ଧରିଥିଲା । ଫଳରେ କାରଖାନାର ଅଗ୍ନି ନିର୍ବାପକ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଉକ୍ତ ଅଘଟଣ ସମୟରେ ସେଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଓ କର୍ମଚାରୀ କାମ କରୁଥିବାର ସୁଚନା ମିଳିଛି l
ପ୍ରକାଶ କୁମାର ପାତ୍ର(reporter)