ବେଙ୍ଗଳା ମେସିନ ତଳେ ଚାପି ହୋଇ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଶିଖର ପଦର ଗ୍ରାମର ପାରୁସୁ ପଲାଇ ଙ୍କ ପୁଅ ରଘୁ ପଲାଇ ବୟସ 45 ଏକ ଧାନ ବେଙ୍ଗଳା ମେସିନ ଲାଗିଥିବା ଟ୍ରାକ୍ଟର ରେ ସବୁ ଦିନ କାମ କରୁଥିଲେ l କିନ୍ତୁ ଆଜି ଭାଗ୍ୟର ବିଡମ୍ବନା ସେହି ଗାଡ଼ିରେ ବସି ଯାଉ ଥିବା ବେଳେ ଧାନ ବେଙ୍ଗଳା ମେସିନ ଟି ବିଲରେ ପଲଟି ଯାଇଥିଲା ଏବଂ ସେ ଛିଟିକି ପଡି ଯାଇଥିଲେ ଓ ମେସିନ ତଳେ ଚାପି ହୋଇ ରହି ଯାଇଥିଲେ l ଗ୍ରାମ ବାସୀଙ୍କ ପ୍ରଚେଷ୍ଠାରେ ମେସିନ ଟେକି ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଶବକୁ ଅଟକ ରଖି ପୋଲିସ ଅଧିକାରୀ ଙ୍କୁ ଡକାଇ ତାଙ୍କ ଜିମା ଦେଇଥିଲେ l ପୋଲିସ ତାର ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ l ଏହି ଦୁଃଖଦ ଘଟଣା ଶୁଣିବା ମାତ୍ରେ ଶିଖର ପଦର ଗ୍ରାମରେ ଶୋକର ଛାୟା ଖେଳି ଯାଇ ଥିଲା l ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ l

Leave a Reply

Your email address will not be published. Required fields are marked *