ସଡ଼କ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ରବି ଦାସ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ତଥା ସାଉରିଆ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ଦାଶଙ୍କ ଅକାଳ ବିୟୋଗ ଘଟିଛି ।ଗତ ନଭେମ୍ବର ମାସ ୩୦ ତାରିଖ ରାତିରେ ପିପିଲି ଠାରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ ସୋମବାର ରାତିରେ ତାଙ୍କର ପରଲୋକ ଘଟିଛି । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଆଜି ତାଙ୍କ ମରଶରୀର ଡେଲାଙ୍ଗ ରେ ପହଁଚିଲା ପରେ ସେଠାରୁ ବିରାଟ ଶୋଭାଯାତ୍ର ରେ ବାହାରି ଘୋରାଡ଼ିଆ ଗ୍ରାମ ପରିକ୍ରମା କରାଯିବ ସହିତ ଗ୍ରାମ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *