ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୁଲିସ ଗିରଫ

ବିଭିନ୍ନ ଅପରାଧିକ ମାମଲା ସହିତ ଜଡ଼ିତ ୭ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ବ୍ରହ୍ମପୁର ପୁଲିସ ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ଠାରୁ ଗୁଳି, ବନ୍ଧୁକ, ଟଙ୍କା ଆଦି ସାମଗ୍ରୀ ଜବତ ହୋଇଛି। ବିଭିନ୍ନ ଅପରାଧିକ ମାମଲା ସହିତ ଜଡ଼ିତ ଅଭିଯୁକ୍ତମାନେ ଗୋଷାଣୀନୂଆଗାଁ ଓ ବୈଦ୍ୟାନାଥପୁରରେ ଚଳପ୍ରଚଳ କରୁଥିବା ନେଇ ସୂଚନା ମିଳିଥିଲା। ଅଭିଯୁକ୍ତମାନେ ଅପରାଧିକ କାର୍ଯ୍ୟ ପାଇଁ ଯୋଜନା କରୁଥିବା ମଧ୍ୟ ପୁଲିସ ଜାରିବାକୁ ପାଇଥିଲା। ଏହି ଆଧରରେ ଗୋଷାଣୀନୂଆଗାଁ ଓ ବୈଦ୍ୟନାଥପୁର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ମିଳିତ ଚଢ଼ାଉ କରାଯାଇଥିଲା। ବ୍ରହ୍ମପୁରରେ ୭ ଅଭିଯୁକ୍ତ ଗିରଫ; ଗୁଳି-ବନ୍ଧୁକ ସହ ଲକ୍ଷାଧିକ ଟଙ୍କା ଜବତଗୋଷାଣୀନୂଆଗାଁ ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଠାରୁ ୯ଟି ଜୀବନ୍ତ ଗୁଳି ସମେତ ଏକ ଦେଶୀ ପିସ୍ତଲ, ଗୋଟିଏ ସ୍ବଦେଶୀ ଏୟାର ଗନ୍, ୫ଟି ଦେଶୀ ବୋମା, ୬ଟି ମୋବାଇଲ ଫୋନ୍, ୨୨ଟି ଏଟିଏମ୍ କାର୍ଡ ଜବତ ହୋଇଛି। ସେହିପରି ବୈଦ୍ୟନାଥ ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୩ଟି ପିସ୍ତଲ, ୧,୧୧,୫୦୦ ଟଙ୍କା, ୬ଟି ମାଗାଜିନ ଓ ଏକ ଦାମୀ ଚାରିଚକିଆ ଗାଡ଼ି ଜବତ କରିଛି।

Leave a Reply

Your email address will not be published. Required fields are marked *