ପୋଲିସ ହାତରୁ ଅଭିଯୁକ୍ତ ରାସ୍ତାରୁ ଚମ୍ପଟ

ନାବାଳିକା ଯୌନ ନିର୍ଯାତନା ମାମଲା ରେ ପୁଲିସ ଜଣେ ଅଭିଯୁକ୍ତ ଜିତେନ୍ଦ୍ର ଜେନାଙ୍କୁ ରବିବାର ଗିରଫ କରିଥିଲା ସଂପୃକ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ପୂର୍ବ ରୁ ଡାକ୍ତରୀ ମାଇନା ପାଇଁ ଭଦ୍ରକ ମୁଖ୍ଯ ଚିକିତ୍ସାଳୟକୁ ସୋମବାର ଅଣାଯାଇଥିଲା ତେବେ ପୁଲିସ କୁ ଚକମା ଦେଇ ଡାକ୍ତରଖାନା ରୁ ଅଭିଯୁକ୍ତ ଜିତେନ୍ଦ୍ର ଚମ୍ପଟ ମାରି ଖସିଯାଇଥିଲା ଏହି ଘଟଣା ରେ ପୁଲିସ ର ପାରିବା ପଣିଆ ପଦାକୁ ଆସିଛି ବୋଲି ସହର ରେ ଚର୍ଚ୍ଚା ଚାଲିଛି ଅଭିଯୁକ୍ତ ଙ୍କ ଘର ସାବରଙ୍ଗ ଥାନା ଅନ୍ତର୍ଗତ ଚକ ବେନ୍ତାଳ ଗାଁ ରେ ସାବରଙ୍ଗ ଥାନା ଇନ୍ସପେକ୍ଟର ରୀନା ବକ୍ସାଲ ଙ୍କ ସୂଚନାନୁଯାୟୀ ଏହି ଥାନା ଅଧୀନ ଚକ ବେନ୍ତାଳ ଗାଁ ର ଜଣେ ନାବାଳିକା ଝିଅ କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ରେ ପୁଲିସ ଏକ ମାମଲା ( ନଂ= ୧୨୬/୨୩) ରୁଜୁ କରିଥିଲା ଗତ ରବିବାର ଆରଡି ପୁଲିସ ସହାୟତାରେ ଧୂଷୁରୀ ଥାନା ଅଧୀନ ଷାଠିବାକୁଡା ଗାଁ ରୁ ଜିତେନ୍ଦ୍ର କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ସୋମବାର ପୂର୍ବାହ୍ନ ରେ କୋର୍ଟ ଚାଲଣା କରିବା ପୂର୍ବ ରୁ ଏସକଟ ପାଟି ଦ୍ବାରା ଅଭିଯୁକ୍ତ ଙ୍କୁ ଡାକ୍ତରୀ ମଇନା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ଅଣାଯାଇଥିଲା ଡାକ୍ତରଖାନା ପରିସର ରୁ କୁଆଡେ ଲୁଚି ପଳାଇ ଥିଲା ଏନେଇ ସାବରଙ୍ଗ ପୁଲିସ ପକ୍ଷରୁ ଟାଉନ ଥାନା ରେ ପିଏସ୍ କେଶ ନଂ୪୭୨/୨୩ୟୁ/ଏସ୍୨୨୪ ରେ ଏସକଟ ପାଟି ଙ୍କ ବିରୋଧ ମାମଲା ରୁଜୁ ହୋଇଛି

Leave a Reply

Your email address will not be published. Required fields are marked *