ତାଳଚେରରେ ଜିଏସଟି ଚଢାଉ

ତାଳଚେର – ତାଳଚେରରେ ଜିଏସଟି ଚଢାଉ। ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଚାଲିଛି ଜିଏସଟି ଚଢ଼ାଉ। ଦୁଇ ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ। ୨୫ ଜଣିଆ ଜିଏସଟି ଟିମ ଏହି ଚଢ଼ାଉ କରୁଛି। ମା’ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି ରହିଛି। ଦୁଇ ଭାଇ ମହେନ୍ଦ୍ର ଓ ରାଜେନ୍ଦ୍ରଙ୍କ ବାସଭବନ ଓ ଅଫିସରେ ଛାପା ମାରିଛି ଜିଏସଟି। ତାଳଚେର ସମେତ ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ବାସଭବନ, ବ୍ୟବସାୟୀକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ରେଡ୍ ଚାଲିଛି। ଢେଙ୍କାନାଳ ଓ ତାଳଚେରରେ ଥିବା ମହେନ୍ଦ୍ରଙ୍କ ୪ ଟି ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଚାଲିଛି। ତାଙ୍କର ଆୟ ଓ ୱେବସାଇଟରେ ଫାଇଲ ହୋଇଥିବା ଜିଏସଟି ତଥ୍ୟରେ ତାଳମେଳ ନଥିବାରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।
ରିପୋର୍ଟ – ଉତ୍ତମ ଦାସ, ତାଳଚେର।