ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୩୦ତମ ଜୟନ୍ତୀ ସମାରୋହ

ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ଆଦି ଶଙ୍କରାଚାର୍ଯ୍ୟଙ୍କ 2530ତମ ଜୟନ୍ତୀ ସମାରୋହ ମହାସମାରୋହରେ ପାଳନ କରାଯାଇଛି । ଆଜି ଅପରାହ୍ନ ରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଚଳନ୍ତି ପ୍ରତିମାକୁ ଭବ୍ୟ ଶୋଭାଯାତ୍ରାରେ ଗୋବର୍ଦ୍ଧନ ମଠରୁ ବାହାରି ନଗର ପରିକ୍ରମା କରି ପୁନଶ୍ଚ ମଠ ପ୍ରତ୍ୟାବର୍ତ୍ତନ କରିଥିଲା । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷର ବହୁ ସାଧୁ ,ସନ୍ଥ ,ମଠାଧୀଶ,ଭକ୍ତ, ସ୍ଥାନୀୟ ବାସିନ୍ଦା,ଷୋହଳ ଶାସନ ବ୍ରାହ୍ମଣ ଯୋଗଦେଇଥିଲେ । 2530 ତମ ଜୟନ୍ତୀ ଉତ୍ସବ ଆଜି ଠାରୁ ସପ୍ତାହ ବ୍ୟାପି ଚାଲିବ ବୋଲି ଗୋବର୍ଦ୍ଧନ ମଠ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *