ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ପ୍ରଶାସନ ଏକାଦଶ ବିଜୟୀ

ପୁରୀ ୨୬/୧ – ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏହି ରୋମାଞ୍ଚକର ମ୍ୟାଚରେ ଜିଲ୍ଲା ପ୍ରଶାସନ ଏକାଦଶ ୩ ରନରେ ଗଣମାଧ୍ୟମ ଏକାଦଶକୁ ପରାସ୍ତ କରିଥିଲା। ଟସ ଜିତି ବ୍ୟାଟିଂ ନେଇଥିବା ପ୍ରଶାସନ ଏକାଦଶ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୨୩ ରନ କରିଥିବା ବେଳେ ଗଣମାଧ୍ୟମ ଏକାଦଶ ସମାନ ସଂଖ୍ୟକ ଓଭର ଖେଳି ୬ ଉଇକେଟ ହରାଇ ୧୨୦ ରନ କରିଥିଲା।ପ୍ରଶାସନ ପକ୍ଷରୁ ସନ୍ତୋଷ କୁମାର ବରାଳ ୩୦ ରନ କରିଥିବା ବେଳେ ଜ୍ୟୋତି ଶଙ୍କର ମହାପାତ୍ର ୨୮ ରନ ଓ ଜିତେନ୍ଦ୍ର ପାତ୍ର ୧୪ ରନ କରିଥିଲେ। ଗଣମାଧ୍ୟମ ଏକାଦଶର ପ୍ରିତମ ଦାସ ୧୭ ରନରେ ୪ ଟି,ସୁକାନ୍ତ ସ୍ୱାଇଁ ୧୮ ରନରେ ୨ ଟି ଉଇକେଟ ନେଇଥିଲେ। ସେହିପରି ଗଣମାଧ୍ୟମ ଏକାଦଶର ଶିବନାରାୟଣ ଦାଶ ୩୦ ରନ କରିଥିବା ବେଳେ ସୁମନ୍ତ ପରିଡା ୨୯ ରନ ଓ ଅକ୍ଷୟ ମିଶ୍ର ୨୬ ରନ କରିଥିଲେ। ପ୍ରଶାସନ ପକ୍ଷରୁ ଜ୍ୟୋତି ଶଙ୍କର ମହାପାତ୍ର ୧୫ ରନରେ ୪ ଟି,ମନୋଜ କୁମାର ବେହେରା ୧୪ ରନରେ ୨ ଟି ଉଇକେଟ ନେଇଥିଲେ। ବିଜୟୀ ପ୍ରଶାସନ ର ଅଧିନାୟକ କୈଳାସ ଚନ୍ଦ୍ର ନାୟକ ଙ୍କୁ ଚମ୍ପିୟାନ ଟ୍ରଫି ଓ ଗଣମାଧ୍ୟମ ଦଳର ଅଧିନାୟକ ଅକ୍ଷୟ କୁମାର ମିଶ୍ର ଙ୍କୁ ରନରସ୍ ଅଫ ଟ୍ରଫି ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ଓ କ୍ରିଡା ସଂସଦର ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରଦାନ କରିଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଜ୍ୟୋତି ଶଙ୍କର ମହାପାତ୍ର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା। ମ୍ୟାଚ ରେ ସହଯୋଗ ଓ ଧାରା ବିବରଣୀ ରଞ୍ଜିତ ମିଶ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *