ବ୍ୟାସନଗର ଗଣପର୍ବ କାଳୀପୂଜା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ

ବ୍ୟାସନଗର ସ୍ଥାନୀୟ ସେଲିବ୍ରେସନ ମଣ୍ଡପ ରେ ଗଣପର୍ବ କାଳୀପୂଜା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ କଳିଙ୍ଗନଗର ଅତିରିକ୍ତ ଜ଼ିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ବ୍ୟାସନଗର ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ଅଗ୍ନିଶମ ଅଧିକାରୀ ଉପସ୍ଥିତ ରହିବା ସହିତ ୧୫ଗୋଟି ପୂଜା ମଣ୍ଡପ ର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ଥିଲେ l ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ହୋଇସାରିଛି l ୧୨ରୁ ଆରମ୍ଭ ହୋଇ ୨୨ରେ ଭଷାଣି କାର୍ଯ୍ୟକ୍ରମ ରହିଛି l ଏହାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ତରଫରୁ ପୋଲିସ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହିତ ସହର ର ପ୍ରବେଶ ପଥ ଉପରେ କଡା ନଜର ରଖାଯାଇଛି l ଭସାଣି ଦିନ ସମସ୍ତ ମେଢ଼ ଗୋପବନ୍ଧୁ ଛକ ଦେଇ ମେଳଣ ପଡିଆରେ ପହଁଚିବାକୁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି l
ଯାଜପୁର ବ୍ୟାସନଗର ଜ୍ୟୋତି ପ୍ରକାଶ ଭୂୟାଁ ରିପୋର୍ଟର