ଏଡିଏମଓ ପ୍ରତିଶ୍ରୁତି ଦେଇ ଧରେଇ ଦେଲେ ଲଲିପପ୍

ଲକ୍ଷ୍ମୀପୁର, ୦୧/୦୫- କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଅନେକ ବର୍ଷ ହେଲାଣି ୧୦୮ ଆମ୍ବୁଲାନ୍ସ ନଥିବାରୁ ରୋଗୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଦରକାର ସମୟରେ ରୋଗୀଙ୍କୁ ଗାଡି ଭଡା କରି ପରିବାର ଲୋକେ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର ନେଉଛନ୍ତି।ଏଇ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ୧୦୮ ଆମ୍ବୁଲାନ୍ସ ସେବା ବ୍ଲକ ବାସିନ୍ଦା ପାଇବାରୁ ବଞ୍ଚିତ ହେଉଛନ୍ତି। ଗତ ମଙ୍ଗଳବାର ଦିନ ଆମ୍ବୁଲାନ୍ସ ସେବା ନମିଳିବାରୁ ଜଣେ ଆଦିବାସୀ ମହିଳା ନିଜର ନବଜାତ ଶିଶୁ ପୁତ୍ରକୁ ହରାଇଥିବା ବେଳେ ଏକ ଦୁର୍ଘଟଣାରେ ଗୁରୁତର ଯୁବକକୁ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ର ପଠାଇବାରେ ବାଧା ଉପୁଜିଥିଲା।ଫଳରେ ବିଭିନ୍ନ ଖବର କାଗଜରେ ଉକ୍ତ ବିସୟ ପ୍ରକାସିତ ହେବା ପରେ ଏଡିଏମଓ ଡ.ସୁଶାନ୍ତ କୁମାର ଦାସ ବନ୍ଧୁଗାଁ ଗସ୍ତ କରି ଏକ ଆମ୍ବୁଲାନ୍ସ ତୁରନ୍ତ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏଡିଏମଓ ପ୍ରତିଶ୍ରୁତି ଦେବାର ଗୋଟିଏ ଦିନ ପରେ ବନ୍ଧୁଗାଁ ଠାରେ ଆମ୍ବୁଲାନ୍ସ ପହଁଚିଲା ହେଲେ ତାହା ଏକ ପୁରୁଣା କାଳିଆ ଆମ୍ବୁଲାନ୍ସ ହେଇଥିବାରୁ ବ୍ଲକ ବାସିନ୍ଦା ଚିନ୍ତା ପ୍ରକଟ କରିଛନ୍ତି।ଉକ୍ତ ଆମ୍ବୁଲାନ୍ସଟି ଦସ ବର୍ଷ ତଳର ପୁରୁଣା ଗାଡି।ଜାହାର ଫିଟନେସ ମାସେ ତଳୁ ସରି ଯାଇଥିବା ବେଳେ ଇନ୍ସୁରାନ୍ସ୍ ସରିବାକୁ ଆଉ ୨୮ ଦିନ ବାକି ଅଛି।ସେଥିରେ ରୋଗିଙ୍କୁ ନେବା ମରଣ ମୁହଁକୁ ଠେଲିବା ସହ ସମାନ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଏଡିଏମଓ ଆମ୍ବୁଲାନ୍ସ ଯୋଗାଇ ଦେବେ କହି ଲଲିପପପ୍ ଧରାଇଦେଲେ ବୋଲି ବୁଦ୍ଧିଜୀବିଙ୍କ ମହଲରେ ମତ ପ୍ରକାଶ ପାଇଛି।ଆଗକୁ ବନ୍ଧୁଗାଁ ବ୍ଲକ ବାସୀଙ୍କ ଭାଗ୍ୟରେ ଏଇ ଦଦରା ଆମ୍ବୁଲାନ୍ସ ଲେଖା ହେଇଚି ନା ନୂତନ ଯୋଗାଇ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *