କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା ଆଡଭୋକେଟ ଆମେନ୍ଟମେଣ୍ଟ ଆକ୍ଟ ବିରୋଧରେ ଗର୍ଜିଲା ନିଖିଳ ଓଡିଶା ଆଇନିଜୀବୀ ସଙ୍ଘ

କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା ଆଡଭୋକେଟ ଆମେନ୍ଟମେଣ୍ଟ ଆକ୍ଟ ବିରୋଧରେ ଗର୍ଜିଲା ନିଖିଳ ଓଡିଶା ଆଇନିଜୀବୀ ସଙ୍ଘ।ଭୁବେନେଶ୍ୱର,୨୩/୦୨(୨୦୨୫)ନିଖିଳ ଓଡିଶା ଆଇନିଜୀବୀ ସଙ୍ଘ ତରଫରୁ ରାଜ୍ୟ ସ୍ତରୀୟ ଏକ ଆଲୋଚନା ଚକ୍ର ଆଡଭୋକେଟ ଆମେନ୍ଟମେଣ୍ଟ ଆକ୍ଟ ୨୦୨୫ ଵିଲ ଓକିଲଙ୍କ ସ୍ୱାର୍ଥ ବିରୋଧ ରେ ଥିବାରୁ ଏ ନେଇ ଭୁବନେଶ୍ୱର ସ୍ଥିତ ଲତିକା କନଭେରସନ ଠାରେ ରବିବାର ୧୧ଟା ସମୟରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ଆଲୋଚନା ଚକ୍ର ରେ ନିଖିଳ ଓଡିଶା ଆଇନିଜୀବୀ ସଙ୍ଘ ର ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ସଙ୍ଘର ସଭାପତି ଶ୍ରୀ ବିଭୁ ପ୍ରସାଦ ତ୍ରିପାଠୀ ଆମେନ୍ଟମେଣ୍ଟ ବିଲି ଉପରେ ଆଲୋକପାତ କରିଥିଲେ।ଏହି ଵିଲ ରେ ଓକିଲ ଙ୍କ ଅଧିକାର ଖୁର୍ଣ୍ଣ କରିବା ଉଦ୍ଦେଶ୍ୟ ରଖି ଏ ବିଲ ଆଣାଯାଇଛି। ଏହାକୁ କିପରି ରୋକା ଯାଇ ପାରିବ ସେ ନେଇ ମତ ରଖିଥିଲେ।ଉକ୍ତ ସଭାରେ ସାଧାରଣ ସମ୍ପାଦକ ସଂଜୀବ ମହାନ୍ତି ,ଓଡିଶା ଆଇନିଜୀବୀ ପରିଷଦର ଉପାଧ୍ୟକ୍ଷ ରାଜୀବ ମହାନ୍ତି, ମାନ୍ୟବର ସଦସ୍ୟ ସୌର ଚନ୍ଦ୍ର ମହାପାତ୍ର, ଆତ୍ମ ପ୍ରକାଶ ମହାନ୍ତି, ପି ରମେଶ ପାତ୍ର, ସଙ୍ଘ ସହ ଅଧ୍ୟକ୍ଷ ସଂଜୀତ ପାଣିଗ୍ରାହୀ ,ସଦସ୍ୟ ଦିନେଶ ରାୟ ପ୍ରମୁଖ ଉପସ୍ଥିତ ରହି ଆଇନିଜୀବୀ ପରିଷଦ ର ଭୂମିକା ସମ୍ପର୍କରେ ମତ ରଖିବା ସହିତ ଵିଲ କୁ ବିରୋଧ କରିଥିଲେ। ମାନ୍ୟବର ରାଜ୍ୟ ସଭା ସାଂସଦ ଶ୍ରୀ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତ ଦେଇଥିଲେ। ଚର୍ଚ୍ଚା ସମୟରେ ଆଡଭୋକେଟ ଆମେନ୍ଟମେଣ୍ଟ ଵିଲ କୁ କିଭଳି ଭାବରେ ଓକିଲ ମାନଙ୍କରେ କ୍ଷମତାକୁ ହ୍ରାସ କରାଯାଇ ପାରିବ ଏବଂ ସେମାନଙ୍କ ସ୍ୱତନ୍ତ୍ରତା ଉପରେ ଅଙ୍କୁଶ ଲଗାଯାଇ ପାରିବ ତଥା ସେମାନଙ୍କ ବୃତ୍ତିଗତ ପେଷାକୁ ସରକାରଙ୍କ ଇଙ୍ଗିତରେ ଉଠ ବସ କରାଯାଇ ପାରିବ ଏବଂ ଆଇନ ସେବା କ୍ଷେତ୍ରରେ ଓକିଲ ମାନଙ୍କ ଭୂମିକା କୁ ପ୍ରଶମିତ କରିବା ଉଦ୍ଧେଶ୍ୟ ରଖି ଏହି ଆମେନ୍ଟମେଣ୍ଟ ଅଣାଯାଉଥିବା ବିଲକୁ ଉପସ୍ଥିତ ୩ଶହ ଉର୍ଦ୍ଧ ଆଇନିଜୀବୀ ଘୋର ବିରୋଧ କରିଥିଲେ।ଓଡ଼ିଶାର କୋଣ ଅନୁକୋଣରୁ ଓକିଲ ସଂଘ କର୍ମକର୍ତ୍ତା ଉପସ୍ଥିତ ହୋଇ ଓକିଲ ମାନଙ୍କ ମନୋବଳ ଦୃଢ଼ୀତ କରିବା ସହିତ ସେମାନଙ୍କ ଏକତା କୁ ଦୁଇଗୁଣିତ କରିଥିଲା। ପରିଶେଷରେ ଆଲୋଚନା ଚକ୍ରରେ ବାହାରିଥିବା ମତାମତ ରେ ଏକ ପ୍ରତିନିଧି ଦଳ ଏକ ସ୍ମାରକପତ୍ର ନେଇ କେନ୍ଦ୍ର ସରକାର, ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କୁ ଏକ ଓକିଲ ମାନଙ୍କ ସ୍ୱାର୍ଥକୁ ରଖୁଥିବା ଡ୍ର।ପଟ ଅବଗତ କରାଇବା ନିଷ୍ପତ୍ତି ନିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଆଜିର ବୈଠକରେ ଓଡିଶା ନିଖିଳ ଆଇନିଜୀବୀ ସଙ୍ଘର କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ମହାନ୍ତି, ସଙ୍ଘଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ସଙ୍ଘଠନ ସମ୍ପାଦକ ଜିବନ ସାହୁ, ଭୁବନେଶ୍ୱର ଓକିଲ ସଂଘ ସଭାପତି କୁନ୍ଦନ ରଥ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଏସ କେ ସୁବୁଦ୍ଧି, ସୁବାଷ ଚନ୍ଦ୍ର ମିଶ୍ର, ତଥା ସଙ୍ଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଆଇନିଜୀବୀ ଚତ୍ତରଂଜନ ବର୍ଷିଲ ପରିଚାଳନା କରିଥିବା ବେଳେ ସମ୍ପଦକ(ପ୍ରଶାସନିକ)ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *