ଓଭର ବ୍ରିଜ ପାଇଁ ଭୟଭୀତ

ଓଭର ବ୍ରିଜ ପାଇଁ ଭୟଭୀତ, କେମିତି ଚାଲିଛି କାର୍ଯ୍ୟ ଯାଜପୁର ରୋଡ଼ ର ଟ୍ରାଫିକ ଜନିତ ମୁଖ୍ୟ ସମସ୍ୟା ପାଇଁ ଦୀର୍ଘ ଦିନର ଦାବି ହୋଇ ଆସୁଥିଲା, ଚଳିତ ବର୍ଷ ଏହି ଦାବି କୁ କେନ୍ଦ୍ର ସରକାରଙ୍କ ରେଳବାଇ ବିଭାଗ ମଞ୍ଜୁର କରି ଏକ କାଳୀନ ଦୁଇଟି ପୋଲ ନିର୍ମାଣ କାର୍ଯ୍ୟ ଯୁଧ୍ୟ କାଳୀନ ଭିର୍ତିରେ ନିର୍ମାଣ ଆରମ୍ଭ କରିଛି ସତ ମାତ୍ର ଆବଶ୍ୟକ ଅନୁଯାୟୀ ପରିସୀମା ନିର୍ଦ୍ଧାରଣ ହୋଇ ପାରୁ ନ ଥିବା ବେଳେ ଏହି କାର୍ଯ୍ୟକୁ ସଠିକ୍ ଭବେ ସଂପୂର୍ଣ୍ଣ କରିବାରେ ବିଭାଗୀୟ ଅଧିକାରୀଙ୍କ ଯନ୍ତ୍ରୀ ମାନେ ଅଧିକରୁ ଅଧିକ ସମୟ ନେଉଛନ୍ତି l ଏହି ପରିସ୍ଥିତିରେ ଯାଜପୁର ରୋଡ଼ ରେ ନିର୍ମାଣଧିନ ଥିବା ଗଲିପୋଲ ପାଖା ପାଖି ସମ୍ପୂର୍ଣ ହୋଇ ଆସୁଥିବା ବେଳେ ଦକ୍ଷିଣ ପୂର୍ବ ରେଳ ପଥର ପଦ୍ମପୁର ଗାୟତ୍ରୀ ବିହାର ଉଠା ପୋଲର ଜାଗା ଚିହ୍ନଟ ପ୍ରକ୍ରିୟାରେ ମନ୍ଥର ସ୍ଥିତି ପରିଲକ୍ଷିତ ହେଉଛି l ତେଣୁ ଏହି କାର୍ଯ୍ୟ ବର୍ତମାନ ଅଧିକାଂଶ ସମୟ ସ୍ଥଗିତ ରହୁଥିବା ବେଳେ ଅନେକ ଯାତ୍ରୀ ଯାତାୟାତ କଲାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବା ଶହ ଦୃଘଟାଣାରେ ସମ୍ମୁଖିନ ହେଉଛନ୍ତି l ସେହିପରି ଜାଗା ଚିହ୍ନଟ ପ୍ରକ୍ରିୟାରେ କିଛି ଅସୁବିଧା ରହିଥିବାରୁ ଅନେକ ଲୋକ ଓ ଦୋକାନୀ ଭାଇ ମାନେ ବର୍ତ୍ତମାନ ଭୟଭୀତ ରହୁଥିବା ବେଳେ ଆଗକୁ କଣ ହେବ ଚିନ୍ତାରେ ଅଛନ୍ତି l ତେବେ ଏହି ଉଠା ପୋଲ କାର୍ଯ୍ୟ ସମାପନ କରିବାକୁ ରେଳବାଇ ବିଭାଗର ଠିକା ଯନ୍ତ୍ରୀ ଦୁଇ ବର୍ଷ ସମୟ ସିମା ନେବେ ବୋଲି ନିଜର ଡ୍ରଇଂ ପ୍ଲାନିଙ୍ଗର ସୂଚନା ଦେଇ ଥିବା ବେଳେ କହିଛନ୍ତି l ତେବେ ଏ ବାବଦରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ଯ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା lମାତ୍ର ବିଧାୟକଙ୍କ ସହ ଯୋଗାଯୋଗ କରିବାରୁ ଜାଣିବାକୁ ମିଳିଥିଲା ଯେ ଏହି ରାସ୍ତାକୁ ସମ୍ପୂର୍ଣ କରିବା ପାଇଁ କିଛି ଜନ ସାଧାରଣଙ୍କ ବାସ ସ୍ଥାନ ହରାଇବାକୁ ପଡିପାରେ, ସେମାନେ ଯଦି ସରକାରଙ୍କୁ ସାହାଯ୍ୟ ସହଯୋଗ କରିବେ ଏ କାର୍ଯ୍ୟ ଖୁବ୍ ଶିଘ୍ର ସମାଧାନ ହୋଇପାରିବ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ