ଦୀର୍ଘ ୧୨ ବର୍ଷ ପରେ ପାଳନ ହେଲା ରାଇଘର ବ୍ଲକ ମଣ୍ଡେଇ
ରାଇଘର ବ୍ଲକ ସଦର ମହକୁମାସ୍ଥିତ ମିନିଷ୍ଟାଡିୟମ ପଡ଼ିଆ ଠାରେ ଆଜି ବ୍ଲକସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳିତ ହୋଇଛି l ରାଇଘର କଳସୀ ମନ୍ଦିର ଠାରେ ଦିନ ୧୨ଟାରେ ପୂଜାର୍ଜନା ପରେ ବାଜା ବଜେଇ, ବାଣ ଫୁଟେଇ, ଦେବା ଦେବୀଙ୍କ ବିମାନ ଲାଠି ନେଇ ଓ ନୃତ୍ୟର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ ମଶାଲକୁ ଆଣି ମଣ୍ଡେଇ ମଞ୍ଚରେ ସ୍ଥାପିତ କରାଯାଇଥିଲା l ସନ୍ଧ୍ୟାରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ବିଭିନ୍ନ ବିଭାଗର ଷ୍ଟଲକୁ ଉଦଘାଟନ କରିଥିଲେ l ବ୍ଲକ ଉନ୍ନୟନ ଅଧିକାରୀ ଲକ୍ଷ୍ମୀସାଗର ମାଝୀ ଓ ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ଉପାଧ୍ୟକ୍ଷ ଲିପିକା ବାରୋଇ, ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ସୁଧାର୍ଶନ ମାଝୀ, ବିଧାୟକ ପ୍ରତିନିଧି ଶିବନାଥ ବାନାର୍ଜୀ ପ୍ରମୁଖ ମଞ୍ଚାସନ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ରନାଥ ଗଣ୍ଡ, ନାନାର ଖରା,ଖଗେଶ୍ୱର ହରିଜନ,ରାଇଘର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠି,ଉମରକୋଟ ପୌରପାଳିକା ଅଧ୍ୟକ୍ଷା ରାଧା ଭତ୍ରା,ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ,ଡାବୁଙ୍ଗା ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ନବରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଶରଦ ମାଝୀ,ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଲୋକ ମହୋତ୍ସବ ମଣ୍ଡେଇ ଆମ ସଂସ୍କୃତି, ଐତିହ୍ୟକୁ ବଜାୟ ରଖିଛି l ଏହା ଏବେ ଜାତୀୟସ୍ତରରେ ନାମ ରଖିଛି l ନାଚ, ଗୀତ, ଖେଳ ଆଦି ପ୍ରତିଭା ସହ ଅଞ୍ଚଳର ଲୋକଙ୍କ ବିକାଶ କରିବା ମଣ୍ଡେଇର ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ l ରାଇଘର ପଞ୍ଚାୟତ ସମିତି କଲେଜର ଅଧ୍ୟକ୍ଷ କବି ପରୀକ୍ଷିତ ସାହୁ ମଣ୍ଡେଇର ସଂସ୍କୃତି ଓ ପ୍ରକୃତି ଛବି କବିତା ପଠନ କରିଥିଲେ l ଶେଷରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଢେମସା ନୃତ୍ୟ, ବିଭିନ୍ନ ବିଦ୍ୟାଳୟର ନୃତ୍ୟ ଓ ବିଭିନ୍ନ ଗ୍ରାମର ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା l ସ୍ଵାଗତିକା ବାହିନୀପତି ଓ ସଂଗ୍ରାମ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ l
ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ରିପୋର୍ଟ