୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବେ ମଣିଷ, ଜଣେ ମହିଳା ଓ ତିନି ପୁରୁଷ ସାମିଲ

ନୂଆଦିଲ୍ଲୀ: ନାସା ପକ୍ଷରୁ ୨୦୨୪ ମସିହାରେ ଆର୍ଟେମିସ୍-୨ ଚନ୍ଦ୍ରକୁ ପଠାଯିବ । ଏଥିପାଇଁ ନାସା ୪ ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି ।ଏଥିରେ ଜଣେ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି । ଫଳରେ ପ୍ରାୟ ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବେ ମଣିଷ।

ନାସା ପକ୍ଷରୁ ଚୟନ କରାଯାଇଥିବା ମହାକାଶଚାରୀଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ଏବଂ ଜଣେ କାନାଡିୟ ଅଛନ୍ତି। ସେମାନେ ହେଉଛନ୍ତି ଆମେରିକାର ଖ୍ରୀଷ୍ଟିନା କୋଚ, ଆମେରିକୀୟ ନାଗରିକ ଭିକ୍ଟର ଗ୍ଲୋଭର, ରିଡ ୱିସମାନ ଏବଂ କାନାଡାର ଜେରେମି ହେନସନ୍ ଅଛନ୍ତି। ଏଥିମଧ୍ୟରୁ ହେନସନଙ୍କ ବ୍ୟତୀତ ବାକି ୩ଜଣ ପୂର୍ବରୁ ମହାକାଶକୁ ଯାଇଛନ୍ତି । ଖ୍ରୀଷ୍ଟିନା କୋଚ୍ ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ। ଏହି ମହାକାଶଚାରୀମାନେ ଚନ୍ଦ୍ରର କକ୍ଷପଥକୁ ଯିବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲିବେ ଏବଂ ଏହାପରେ ସେମାନେ ପୃଥିବୀକୁ ଫେରିବେ ।

ଆସନ୍ତାବର୍ଷ ଶେଷ ସୁଦ୍ଧା ଚନ୍ଦ୍ର ଯାତ୍ରା କରିବା ପରେ ଏମାନେ ପୃଥିବୀକୁ ଫେରିବେ । ତେବେ ଏହି ଚାରି ମହାକାଶଚାରୀ ନାସାର ‘ଓରିଅନ୍ କ୍ୟାପସୁଲ୍’ରେ ଉଡିବାରେ ପ୍ରଥମ ବ୍ୟକ୍ତି ହେବେ । ଯାହାକି ୨୦୨୪ ଶେଷ ପୂର୍ବରୁ କେନେଡି ସ୍ପେସ୍ ସେଣ୍ଟରରୁ ରକେଟ୍ ସାହାଯ୍ୟରେ ଚନ୍ଦ୍ରକୁ ଯିବ। ଏହି ମହାକାଶଚାରୀମାନେ ଚନ୍ଦ୍ରର କକ୍ଷପଥକୁ ଯିବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲିବେ ଏବଂ ଏହାପରେ ସେମାନେ ପୃଥିବୀକୁ ଫେରିବେ ।

ସୂଚନା ଯେ, ପ୍ରଥମ ବ୍ୟକ୍ତି ଭାବରେ ନିଲ ଆର୍ମଷ୍ଟ୍ରଙ୍ଗ ୧୯୪୯ ମସିହାରେ ଚନ୍ଦ୍ରରେ ରଖିଥିଲେ ପାଦ । ଏହାପରେ ‘ଆପୋଲୋ ମିଶନ’ର ୫୦ ବର୍ଷରୁ ଅଧିକ ସମୟ ପରେ ଜଣେ ମଣିଷ ଚନ୍ଦ୍ରକୁ ଯିବ । ଆପୋଲୋ ମିଶନ ସମୟରେ ନାସା ୧୯୬୮ ରୁ ୧୯୭୨ ପର୍ଯ୍ୟନ୍ତ ଚନ୍ଦ୍ରକୁ ୨୪ ଜଣ ମହାକାଶଚାରୀଙ୍କୁ ପଠାଇଥିଲେ । ପ୍ରାୟ ୫୦ ବର୍ଷ ପରେ ଆମେରିକା ପୁଣି ଥରେ ମଣିଷକୁ ଚନ୍ଦ୍ରକୁ ପଠାଇବାକୁ ଯାଉଛି ।

Leave a Reply

Your email address will not be published. Required fields are marked *