ସ୍ବାଧିନତା ର ୭୭ ବର୍ଷ ପରେବି ନାହିଁ ଗ୍ରାମକୁ ରାସ୍ତା

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ମାଇଛେଳି ଗ୍ରାମ ପଞ୍ଚାୟତ ର ଡିପିସାହି ଗ୍ରାମର ବାସିନ୍ଦା ମାନେ ଗାଁକୁ ରାସ୍ତା ନଥିବାରୁ ଆଜି ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗାଁକୁ ରାସ୍ତା ନକଲେ ଭୋଟ ବର୍ଜନ କରିବେ ବୋଲି ଚେତାବନି ଦେଇଛନ୍ତି । ଗ୍ରାମର ଶତାଧିକ ବ୍ୟକ୍ତି .ନୟାଗଡ଼ ଅତିରିକୁ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଗ୍ରାମଟି ଆଦିବାସୀ ଅଞ୍ଚଳ ଭାବେ ଜଣାଶୁଣା ହେଉଥିବ ବେଳେ ଉକ୍ତ ଅଞ୍ଚଳକୁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମବାସୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ନୟାଗଡ଼ରୁ ଦଶପଲ୍ଲା ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତାଠାରୁ ଦେଢ଼ କିଲୋମିଟର ଦୁରରେ ଉକ୍ତ ଗ୍ରାମ ଅବସ୍ଥିତ । ଅପର ପାର୍ଶ୍ଵରେ ନୂଆଗାଁ ବ୍ଲକଠାରୁ ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିଲେ ହେଁ, ଗ୍ରାମବାସୀ ମାନଙ୍କର ସ୍ଥିତି ଓ ଅବସ୍ଥା ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରିଙ୍କର ଦୃଷ୍ଟିଗୋଚର ହୋଇପାରି ନାହିଁ । ପ୍ରକାଶ ଥାଉକି ଗ୍ରାମବାସୀ ମାନେ ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ସହର ଉପରେ ନିର୍ଭର କରନ୍ତି । ଆମ ଗ୍ରାମଠାରୁ ପିଲାମାନେ ପାଠ ପଢ଼ିବା ପାଇଁ ସଂପଡା ସ୍କୁଲ ଉପରେ ନିର୍ଭର କରନ୍ତି ଯାହା ଆମ୍ଭ ଗ୍ରାମଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ। ଏଣୁ ପ୍ରତ୍ୟେକ ଦିନ ଆମ୍ଭ ଗ୍ରାମବାସୀ ମାନେ ସ୍କୁଲ ପିଲାମାନେ ମୁଖ୍ୟ ରାସ୍ତା ଉପରକୁ ଆସିବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ଥ‌ିବା ବିଲ ହୁଡା ଉପରେ ଯାତାୟାତ କରନ୍ତି । ଏପର୍ଯ୍ୟନ୍ତ ଆମ୍ଭ ଗ୍ରାମକୁ ମୁଖ୍ୟ ରାସ୍ତା ସହିତ ନିର୍ଦ୍ଦିଷ୍ଟରୁପେ କୌଣସି ସଡ଼କ ଦ୍ବାରା ସଂଯୋଗ କରାଯାଇ ନାହିଁ।ବର୍ଷା ଋତୁରେ ଆମ୍ଭ ଗ୍ରାମଟି ସଂପୂର୍ଣ୍ଣ ରୂପେ ବିଛିନ୍ନାଞ୍ଚଳରେ ପରିବର୍ତ୍ତନ ହୋଇଯାଉଅଛି । ଆମ୍ଭ ଗ୍ରାମବାସୀମାନେ ଯାତାୟତ ସନ୍ଧ୍ୟା ପୂର୍ବରୁ ବନ୍ଦ କରିବାକୁ ବାଧ୍ୟ ହେଉଅଛୁ କାରଣ ବିନା ରାସ୍ତା ଓ ବିନା ଆଲୋକରେ , ଅନ୍ଧକାରରେ ବିଲ ହୁଡା ଉପରେ ଯାତାୟତ ଅସମ୍ଭବ ହେଉଅଛି । ଯଦି କୌଣସି ଗ୍ରାମବାସୀର ଦେହଖରାପ ହୁଏ ତେବେ ଆମ୍ଭକୁ ଦୋଳା ସାହାର୍ଯ୍ୟରେ ବୋହି ନେବାକୁ ହୁଏ । ରାତି ସମୟରେ ଯଦି କୌଣସି ଗର୍ଭବତି ମହିଳା କିମ୍ବା ରୋଗାକ୍ରାନ୍ତ ବ୍ୟକ୍ତିର, ଆଶୁ ଚିକିତ୍ସା ଆବଶ୍ୟକ ହୁଏ ତେବେ ଆମ୍ଭକୁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ, ଯାହା ଫଳରେ କିଏ ମୃତ୍ୟୁ ମୁଖରେ ପଡେ ତ କିଏ ମୃତ୍ୟୁ ବରଣ କରିଅଛି । ଅସୁବିଧା ସମ୍ପର୍କରେ ଆମ୍ଭେ ଗ୍ରାମବାସୀ ମାନେ ତାହାପୂର୍ବରୁ ବାରମ୍ବାର ସଙ୍ଘବଧ ଭାବେ ଗୋଷ୍ଠି ଉନ୍ନୟନ ଅଧିକାରି ନୂଆଗାଁ, ଜିଲ୍ଲା ପ୍ରଶାସନିକ ଅଧିକାରି ତଥା ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ଏଯାଏଁ ପ୍ରଶାସନ ତରଫରୁ ନାଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏଭଳି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ଆମ ଗ୍ରାମକୁ ଭଲ ରାସ୍ତାଟିଏ ନ ହୁଏ ତେବେ ଆଗାମୀ ଦିନରେ ଆମେମାନେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀମାନେ ଚେତାବନି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *