କିଛି ଦିନର ନୀରବତା ପରେ ଗୁମା ଛକରେ ଲାଗିଲା ମାଓ ପୋଷ୍ଟର ଗଛ ପକାଇ ରାସ୍ତା ଅବରୋଧ
ଢେଙ୍କାନାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ପୁଣି ସ୍ଥିତି ଜାହିର କଲା ସିପିଆଇ ମାଓବାଦୀ ପୋଷ୍ଟର । ସୂଚନା ଅନୁଯାଇ ଆଜି ସକାଳ ସମୟ ରେ ଗୁମା ଛକ ରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ସତେ ଗାଡି ମଟର ମଧ୍ୟ ଚଳାଚଳ ବନ୍ଦ ଥିଲା ।
କୌଣସି ସୂତ୍ରରୁ ସୂଚନା ପାଇ ବେଲଘର ଥାନା ଅଧିକାରୀ ଦୀପକ ରାଉତ ତାଙ୍କ ଟିମି ସହିତ ପହଞ୍ଚି ମାଓ ପୋଷ୍ଟର କୁ ଜବତ କରି ରାସ୍ତା ଅବରୋଧ ହୋଇଥିବା ଗଛ କୁ ରାସ୍ତାରୁ ବାହାର କରିଥିଲେ । ମାଓ ପୋଷ୍ଟର ରେ ଉଲେଖ ଅଛି କି 12 ଦଫା ଦାବି ନେଇ ଜନ ଅଧିକାର ଅଭିଯାନ ଆରମ୍ଭ କରିବା ପାଇଁ ମେ 8 ରୁ 14 ଏବଂ 15 ସାତଟି ଜିଲ୍ଲା କୁ ଚେତାବନୀ ଦେଇଥିଲେ ।
ସେଥିରୁ କନ୍ଧମାଳ, କଳାହାଣ୍ଡି,ରାୟଗଡା, ନୟାଗଡ, ବୌଦ୍ଧ,ଗଜପତି, ଗଞ୍ଜାମ ଜିଲ୍ଲା କୁ ବନ୍ଦ ଡାକରା ଦେଇଛନ୍ତି ।ସିପିଆଇ ମାଓବାଦୀ ଏହି ପୋଷ୍ଟର ଦେଖି ବେଲଘର, ଗୁମା, ବିଲାମାଳ ପଞ୍ଚାୟତ ରେ କକୁଆ ଭୟ ଦେଖିବାକୁ ମିଳିଛି । କିନ୍ତୁ ଅନ୍ୟପକ୍ଷ ବୁଦ୍ଧିଜୀବୀ ସମୂହ ଲୋକଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିବା କହିଛନ୍ତି ।