ସାମାନ୍ୟ ସୁସ୍ଥ ହେବାପରେ ପୁଣି ରାଜନୀତି ମୈଦାନକୁ ଓଲ୍ହାଇଛନ୍ତି

ସାମାନ୍ୟ ସୁସ୍ଥ ହେବାପରେ ପୁଣି ରାଜନୀତି ମୈଦାନକୁ ଓଲ୍ହାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଆସନ୍ନପ୍ରାୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପାରାଦୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ଠାରେ ଆୟୋଜିତ ସମାବେଶରେ ହୁଇଲ ଚେୟାରରେ ଆସି ଯୋଗ ଦେବା ସହ ନିଜ ପୁଅ ତଥା ବିଜୁ ଜନତା ଦଳ ସପକ୍ଷରେ ବାର୍ତା ରଖିଛନ୍ତି ଦାମ ରାଉତ । ବୟସାଧିକ ଯୋଗୁ ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ପୂର୍ବତନ ମନ୍ତ୍ରୀ ତଥା ପାରାଦୀପର ପୂର୍ବତନ ବିଧାୟକ ଦାମୋଦର ରାଉତ ସାମାନ୍ୟ ସୁସ୍ଥ ହେବା ପରେ ସିଧା ସ୍ୱାସ୍ଥ୍ୟ କେନ୍ଦ୍ରରୁ ହୁଇଲ ଚେୟାରରେ ଆସି ଆଜି କୁଜଙ୍ଗ ଠାରେ ଆୟୋଜିତ ସାଧାରଣ ସମାବେଶରେ ଯୋଗଦେବା ସହ ଦଳୀୟ କର୍ମୀ ତଥା ସମର୍ଥକ ମାନଙ୍କ ନିକଟରେ ବକ୍ତବ୍ୟ ରଖିଛନ୍ତି । ପାରାଦୀପର ବିଧାୟକ ତଥା ପୁଅ ସମ୍ବିତ ରାଉତରାୟ ଙ୍କ ନେତୃତ୍ବରେ ଆୟୋଜିତ ଏହି ସମାବେଶରେ ଦାମ ଯୋଗଦେଇ ଦୀର୍ଘ 50 ବର୍ଷ ଧରି ଏ ମାଟି ତଥା ଜନ ସାଧରାଣଙ୍କ ସହିତ ଥିବା ସମ୍ପର୍କ ଆଜି ମୋତେ ଏଠାକୁ ଦେହ ଅସୁସ୍ଥତା ସତ୍ବେ ମଧ୍ୟ ଟାଣି ଆଣିଛି । ଆପଣ ମାନେ ମୋ ପୁଅ ବାପି ପ୍ରତି ସ୍ନେହ ଶ୍ରଦ୍ଧା ଦେଇଥିବା ରୁ ମୁଁ ଅତ୍ୟନ୍ତ ଖୁସି । ପୁଅକୁ ଆଶିର୍ବାଦ କରନ୍ତୁ ସେ ଆଗାମୀ ଦିନରେ ପୁଣି ଆପଣ ମାନଙ୍କର ସେବା କରିବା ସହ ନେତୃତ୍ବ ନେଉ ବୋଲି ନିଜର ବକ୍ତବ୍ୟରେ କହିଥିଲେ ଦାମ । ନବୀନ ପଟ୍ଟନାୟକ ଙ୍କ ନେତୃତ୍ବରେ ମୋ ପୁଅ କାର୍ଯ୍ୟ କରୁଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିବା ସହ ପରିଣତ ସମୟରେ ଆପଣ ମାନଙ୍କୁ ଦେଖିବାକୁ ଆସିଥିଲି ହେଲେ ଆପଣ ମାନେ ମଧ୍ୟ ମତେ ବହୁ ସଂଖ୍ୟାରେ ଦେଖିବାକୁ ଆସିଥିବାରୁ ମୁଁ ଆନନ୍ଦିତ ବୋଲି ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ବର୍ଷିଆନ ନେତା ଦାମୋଦର ରାଉତ । ଏହି ସମାବେଶରେ ମୁଖ୍ୟ ଅକର୍ଷଣ ପାଲଟିଥିଲେ ଦାମୋଦର ରାଉତ । ବକ୍ତବ୍ୟ ରଖିଲା ବେଳେ ସେ ବେଶ ଭାବପ୍ରବଣ ହୋଇପଡିଥିବାର ଦେଖା ଯାଇଥିଲା । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଦାମଙ୍କର ପୁଅ ତଥା ପାରାଦୀପର ବିଧାୟକ ସମ୍ବିତ ରାଉତରାୟ,ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ସାଂସଦ କୁଳମଣି ସାମଲଙ୍କ ସହ ବିଜେଡିର ସ୍ଥାନୀୟ ବହୁ ବରିଷ୍ଠ ନେତାମାନେ ଯୋଗଦେଇ ବିଜୁ ଜନତା ଦଳର ତଥା ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ବିତ ରାଉତରାୟ,ବିଧାୟକ ପାରାଦୀପ ।-ଅସୁସ୍ଥ ସତ୍ଵେ ମଧ୍ୟ ଦାମ ନିଜ ଅଞ୍ଚଳ ବୁଲି ପରିଣତ ସମୟରେ ନିଜ ନିଜର ଲୋକ ମାନଙ୍କୁ ଭେଟିବା ସହ ପୁଅକୁ ଆଶୀର୍ବାଦ କରିବା ପାଇଁ ଅନୁରୋଧ କରି ଦିଅଁ ଦେଖା ଓ କଦଳୀ ବିକାର ଯେଉଁ ଫର୍ମୁଲା ପ୍ରୟୋଗ କରିଛନ୍ତି ତାହା ଚଳିତ ନିର୍ବାଚନରେ ପୁଅ ସମ୍ବିତ ଙ୍କ ପାଇଁ କେତେ ଫଳପ୍ରସୂ ହେଉଛି ଆଗାମୀ ଦିନରେହିଁ ତାହା ସ୍ପଷ୍ଟ ହେବ ।
ପାରାଦୀପରୁ Rita ସାହୁ