ନବ ଦିନ ର ଯାତ୍ରା ସାରି ଭଉଣୀ ସୁଭଦ୍ରା ଙ୍କୁ ସାଥିରେ ନେଇ କାଳିଆ ଙ୍କ ଘର ବାହୁଡା଼

ନବ ଦିନ ର ଯାତ୍ରା ସାରି ଭଉଣୀ ସୁଭଦ୍ରା ଙ୍କୁ ସାଥିରେ ନେଇ କାଳିଆ ଙ୍କ ଘର ବାହୁଡା଼। ରାଇକିଆ, ତାରିଖ କଂଧମାଳ ଜିଲ୍ଲା ରାଇକିଆ ବ୍ଲକ ଠାରେ ରାଇକିଆ ଜଗନ୍ନାଥ ପୂଜା କମିଟି ରେ ବଡ ଧୁମଧାମରେ ପାଳିତ ହୋଇଯାଇଅଛି ବାହୁଡା଼ ଯାତ୍ରା।ଜଗତ ର ନାଥ ଜଗନ୍ନାଥ ଓଡ଼ିଆଙ୍କ ମଉଡମଣି ଗୁଣ୍ଡିଚା ଦିନ ମାଉସୀ ଙ୍କ ଘର କୁ ବୁଲିବାକୁ ଯାଇଥିବା ବେଳେ ଆଜି ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର ଙ୍କୁ ସାଥିରେ ନେଇ ବାହୁଡ଼ି ଅଛନ୍ତି ମନ୍ଦିର କୁ।ମନ୍ଦିର କୁ ଫେରିବା ସମୟ ରେ ଭକ୍ତ ଙ୍କ ଦୁଃଖ ବୁଝିବା ନିମନ୍ତେ ଅଟକି ରହିଛନ୍ତି ଅଧା ରାସ୍ତା ରେ।ଆଜି ଭକ୍ତ ଙ୍କୁ ଏକାଦଶୀ ତିଥିରେ ଦର୍ଶନ ଦେବେ ସୁନାବେଶ ରେ।କାଳିଆ ଙ୍କ ର ଏହି ବାହୁଡା଼ ଯାତ ଦେଖିବା ସହିତ ରଥ ଦଉଡ଼ି ଟାଣିବା ସକାଶେ ଭକ୍ତ ଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫ ରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା।
report by ନୃସିଂହ ଚରଣ ଦାଶ,