କମିଛି ବର୍ଷା ହେଲେ ବଢ଼ିଛି ଦୁର୍ଦ୍ଦଶା, ଏଵେ ଵି ଲୋକ ମାନେ ପାଣିଘେରରେ

ଗତ କିଛି ଦିନ ପୂର୍ବେ ହୋଇଥିବା ଲଗାଣ ବର୍ଷା ଛାଡି ଯାଇଛି।ହେଲେ ଲୋକ ମାନଙ୍କର ଦୁଃଖ ଏ ପର୍ଯ୍ୟନ୍ତ ସରିନି। ବର୍ଷା ଛାଡ଼ିଯିବା ପରେ ଏଵେ ବନ୍ୟା ର ଵିଭିସିକା ଦେଖିବାକୁ ମିଳିଛି।ଲୋକ ମାନେ ନାହିଁ ନ ଥିବା ର ଅସୁବିଧା ରେ ସମୁଖୀନ ହେଉଛନ୍ତି। କିନ୍ତୁ ଏତେ ପର୍ଯ୍ୟନ୍ତ ଲୋକ ମାନଙ୍କ ପାଖରେ ପହଞ୍ଚିନି ସରକାରୀ ସହାୟତା। କିନ୍ତୁ ଏହି ଅସୁବିଧା ସମୟରେ ଲୋକେ ମାନଙ୍କ ର ସୁଖ ଓ ଦୁଃଖ ର ସାଥୀ ହେବାପାଇଁ ସିମୁଳିଆ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ପହଞ୍ଚି ଥିଲେ ଲୋକ ମାନଙ୍କ ପାଖରେ। ଆଗକୁ ନିର୍ବାଚନ ଥିବାରୁ ସଵୁ ରାଜନୈତିକ ଦଳର ନେତା ମାନେ ବିଭିନ୍ନ ସଭା ସମିତି ମାଧ୍ୟମରେ ଲୋକ ମାନଙ୍କୁ ନିଜ ପାଖକୁ ଆକୃଷ୍ଟ କରିବାରେ ବ୍ୟସ୍ତ।ହେଲେ ହିମାଂଶୁ ଶେଖର ବେହେରା ଯିଏ କି ସିମୁଳିଆ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସେ କିନ୍ତୁ ସଵୁ ରାଜନୈତିକ ଦଳର ନେତା ମାନଙ୍କ ଠାରୁ ନିଆରା।ସେ ସଭା ସମିତି ମାଧ୍ୟମରେ ଲୋକ ମାନଙ୍କୁ ଆକୃଷ୍ଟ କରିବା ସେ ସଵୁ କୁ ସେ ବିଶ୍ବାସ କରନ୍ତି ନାହିଁ। ତାଙ୍କ କହିବା କଥା ଲୋକ ମାନଙ୍କର ଅସୁବିଧା ସମୟରେ ଯାଇ ତାଙ୍କ ଘର ପାଖରେ ପହଞ୍ଚି ଜଦି ମୁଁ ଲୋକ ମାନଙ୍କର କିଛି କାମ ରେ ଲାଗିପାରିବି ମୋତେ ଖୁସି ଲାଗିଵ। ମୁଁ ରାଜନୀତି କରିବା ପାଇଁ ଏଠାକୁ ଆସିନି ଲୋକ ମାନଙ୍କର ସମସ୍ୟା ସମୟରେ ତାଙ୍କ ପାଖରେ ଛିଡା ହେଵି ଓ ତାଙ୍କ ସହିତ କାନ୍ଧକୁ କାନ୍ଦ ମିଳେଇ ଲୋକ ମାନଙ୍କର ସୁଖ ଓ ଦୁଃଖ ର ସାଥୀ ହେଵା ମୋର ଲକ୍ଷ୍ୟ।ଚାଲୁଣିଗାଁ ଓ କ୍ଷୀରକୋଣା ଗ୍ରାମପଞ୍ଚାୟତ ବନ୍ୟା ସ୍ଥିତି ସମୟ ରେ ସିମୁଳିଆ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ଓ ସିମୁଳିଆ ବ୍ଲକ କଂଗ୍ରେସ କମିଟି ର ଯୁବ ଉପସଭାପତି ସୁଶାନ୍ତ ନାୟକ କ୍ଷୀରକୋଣା ଓ ଚାଲୁଣିଗାଁ ଗ୍ରାମପଞ୍ଚାୟତ ର 6ଟି ଗ୍ରାମ ର ବନ୍ୟା ଅଞ୍ଚଳ ଵୁଲି ଦେଖିବା ସହିତ କ୍ଷୀରକୋଣା ମଳିକ ସାହି ନରଣପୁର ବାଙ୍କପଟଣା ଚାଲୁଣୀଗାଁ ର ମଙ୍ଗରାଜପୁର କହ୍ନେଇବାଙ୍କ ବାଇଁଷିବାଟି ଗ୍ରାମ ରେ ବନ୍ୟାର କେମିତି କ୍ଷୟକ୍ଷତି ହୋଇଛି ତାହା ଲୋକ ମାନଙ୍କ ପାଖରୁ ପଚାରି ବୁଝିଥିଲେ।କ୍ଷୀରକୋଣା ଓ ଚାଲୁଣୀଗାଁ ଗ୍ରାମପଞ୍ଚାୟତ ରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକ ମାନଙ୍କ ସହ ଆଲୋଚନା କରି ପ୍ରଶାସନ କୁ ଅବଗତ କରାଇ ଥିଲେ ।