ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ପ୍ରଚାର ପରେ ବଦଳୀଲେ ଗୋପ ତହସିଲଦାର ନାଉଗାଁ କୁ

ଗୋପ ର ତହସିଲଦାର ଏସ କେ ସାଗୀର ବିଗତ ୩ ବର୍ଷ ପୂର୍ବେ ଗଜପତି ଜିଲ୍ଲାରେ ଡେପୁଟି କଲେକଟର ଭାବେ କାର୍ଯ୍ୟ କରୁଥିବା ସମୟରେ ମାରୁତି ସୋରୁମ ବିରୁଦ୍ଧରେ ଏକ ମିଥ୍ୟ କେସ ରୁଜୁ କରାଇ ଚର୍ଚ୍ଚା କୁ ଆସିଥିଲେ l ଯାହାଫଳରେ ପ୍ରତି ୬ ମାସ ବ୍ୟବଧାନ ରେ ସୁପ୍ରିମ କୋର୍ଟ ଙ୍କ ଦ୍ଵାରାସ୍ତା ହେଉଛନ୍ତି l ତାପରେ 2021 ମସିହା ନଭେମ୍ବର ମାସରେ ଗୋପରେ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ l ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ଗୁଡିକ ପ୍ରଶଂସାନୀୟ ଥିବାସ୍ଥଳେ କିଛି ମାସ ବିତିଗଲା ପରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ମାଫିଆ ଙ୍କ ସହିତ ସମସ୍ତ ବେନିୟମ କାର୍ଯ୍ୟ କାରୀ ପୁନଃ ଚର୍ଚ୍ଚା ଆସିଥିଲେ l ଜଗନ୍ନାଥ ସମ୍ପତ୍ତି କୁ ବ୍ୟକ୍ତ ବିଶେଷ ଙ୍କ ନାମରେ ପଠା କରିବା, କୋଣାର୍କ ରେ ହେଉଥିବା କାର୍ଯ୍ୟକ୍ରମ କୁ ନିଜ ନିୟନ୍ତ୍ରଣ ରଖି ମୋଟା ଅଙ୍କରେ ଅର୍ଥ ଆଦାୟ କରିବା l ନିଜ ସମ୍ପର୍କୀୟ ଙ୍କୁ ସୁରକ୍ଷା ଦେବା ପାଇଁ ଗୋପ ବଜାର କୁ ଭାଙ୍ଗି ଚୁରମାର କରିବା l ଯାହାଫଳରେ କି 50 ରୁ ଉର୍ଦ୍ଧ ଉଠା ଦୋକାନୀମାନେ ତାଙ୍କର ଜୀବନ ଜୀବିକା ହରାଇଥିଲେ l ଠିକ ସେହିପରି ଚାରିଜଣ ଭୂମିହୀନ ଙ୍କ ଘରକୁ ଜେସିବି ଦ୍ଵାରା ତାଙ୍କ ଘର କୁ ଭାଙ୍ଗି ମାଟିରେ ମିଶାଇଥିଲେ ଆଜି ବି ସେମାନେ ଏକ ବାତ୍ୟା ଆଶ୍ରୟସ୍ଥଳୀରେ ରହୁଛନ୍ତି l ଏହିପରି ଅନେକ ବେନିୟମ କାର୍ଯ୍ୟ ରେ ସମ୍ପୃକ୍ତି ରହିଁ ନିଜର ଆଧିପଥୀ ବିସ୍ତାର କରୁଥିଲେ ତହସିଲଦାର ଏସ କେ ସାଗୀର l ଯାହାଫଳରେ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଓ ବିଭିର୍ଣ୍ଣ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା l ସ୍ଥାନୀୟ ମନ୍ତ୍ରୀ ଦ୍ୱୟ ଙ୍କୁ ନିଜର ସୁରକ୍ଷା କବଚ ରୂପେ ବ୍ୟବହାର କରୁଥିଲେ l ଆଜି ଉକ୍ତ ମନ୍ତ୍ରୀ ଦ୍ୱୟ ଙ୍କ ପରିସ୍ଥିତି ଖରାଫ ହେବରୁ ସାଗୀରଙ୍କ ବିରୁଦ୍ଧରେ ପୂର୍ବ ରୁ ହୋଇଥିବା ଅଭିଯୋଗ କୁ ଭିତ୍ତିକରି ତାଙ୍କୁ ନାଉଗାଁ କୁ ବଦଳୀ କରାଯାଇଅଛି ବୋଲି ଶୁଣିବାକୁ ମିଳୁଛି l ବଦଳୀ ଖବର ସୋସିଆଲ ମିଡିଆରେ ଏବେ ନିଆଁ ପରି ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି l ଏହି ଖବର ଶୁଣି ଗୋପ ଅଂଚଳବାସୀ ବିବେଶ ଖୁସି ବ୍ୟକ୍ତ କରିଛନ୍ତି l ଗତ ଦୁଇଦିନ ତଳେ ତହସିଲଦାର କାର୍ଯ୍ୟାଳୟକୁ ନିୟମିତ ବିଳମ୍ବ ଆସୁଥିବାରୁ ସାଧାରଣ ଜନତା ସେବା ପାଇବାରୁ ବଞ୍ଚିତ ଶୀର୍ଷକ ସମ୍ବାଦ ପରିବେଷଣ ର ପ୍ରଭାବେ ମଧ୍ୟ୍ୟ ହୋଇଥିପାରେ ବୋଲି ଶୁଣିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *