ବନ୍ଧ୍ୟାକରଣ ଅପରେସନ ପରେ ବାରଣ୍ଡାରେ ଗଡାଇଲେ ରୋଗୀଙ୍କୁ

କାମାକ୍ଷାନଗର,୨୯/୦୩ – ବିରାଶାଳ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଚରମ ସୀମାରେ। ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଯାରି ରଖିଛନ୍ତି। ଏପରିକି ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟସରକାର 5T ରେ ମଧ୍ୟ ସାମିଲ କରିଛନ୍ତି। ଏଥିରେ ସ୍ବାସ୍ଥ୍ୟବିଭାଗ ମେଡିକାଲ ଗୁଡିକର ଭିତ୍ତିଭୂମି ସଯାଡିବା ସହ ଉନ୍ନତ ଯନ୍ତ୍ରପାତି ମହଜୁଦ ରଖୁଛନ୍ତି। କିନ୍ତୁ ତାହା ତଳ ସ୍ତରରେ କେତେଯେ କାର୍ଯ୍ୟକ୍ଷମ ହେଉଛି ତାହାର ବାସ୍ତବ ଚିତ୍ର ଏବେ ଢେଙ୍କାନଳ ଜିଲ୍ଲା ବିରାଶାଳ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ଗତ ୨୭.୦୩.୨୩ ସୋମବାର ଦିନ ବିରାଶାଳ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ବନ୍ଧ୍ୟାକରଣ ପାଇଁ ଅପରେସନ କ୍ୟାମ୍ପ ଥିଲା। ଏହି ମୁତାବକ ବନ୍ଧ୍ୟାକରଣ ପାଇଁ ମେଡିକାଲରେ ମହିଳାଙ୍କ ଭିଡ ଲାଗିଥିଲା। ଏପରିକି ଅଞ୍ଚଳରୁ ପ୍ରାୟ ୨୬ ଜଣ ମହିଳା ବନ୍ଧ୍ୟାକରଣ ଅପରେସନ ପାଇଁ ଆସିଥିଲେ। ଡାକ୍ତର ଜଣକ ପରେ ଜଣକର ନିୟମ ମୁତାବକ ପରୀକ୍ଷା ନିରୀକ୍ଷା କରି ବନ୍ଧ୍ୟାକରଣ ଅପରେସନ କରି ଚାଲିଥିଲେ। ଏପରିକି ଗୋଟିଏ ଦିନରେ ୨୪ ଜଣ ମହିଳାଙ୍କ ବନ୍ଧ୍ୟାକରଣ ଅପରେସନ କରିଥିଲେ। କିନ୍ତୁ ମେଡିକାଲର ବେଡ ସଂଖ୍ୟା ୧୦ ହୋଇଥିବାରୁ ଅପରେସନ ପରେ ମହିଳାଙ୍କୁ ଅସୁରକ୍ଷିତ ଭାବେ ମେଡିକାଲର ମୁଖ୍ୟ ରାସ୍ତା ବାରଣ୍ଡାରେ ଗଡେଇ ଚାଲିଲେ। ଯେପରି ପଶୁଜନ୍ତୁ ପରି ଖୋଲା ବାରଣ୍ଡାରେ ଅପରିଷ୍କାର ପରିବେଶରେ ଅପରେସନ ହୋଇଥିବା ମହିଳାମାନେ ନିଶାରେ ଗଡୁଥିବାର ଦେଖିବାକୁ ମିଳିଥିଲା। ସେହି ରାସ୍ତା ଦେଇ ସହ ସହ ରୋଗୀ ଓ ଡାକ୍ତର ଖାନାକୁ ପରାମର୍ଶ ପାଇଁ ଆସୁଥିବା ଲୋକମାନେ ଚପଲ ପିନ୍ଧି ଯାଆସ କରୁଛନ୍ତି। ବନ୍ଧ୍ୟାକରଣ ଭଳି ଏକ ଗୁରୁତର ଅସ୍ତ୍ରୋପଚାର ନିହାତି ପରିଷ୍କାର ପରିଚ୍ଛନ୍ନତା ଓ ବେଡ ଉପରେ ରୋଗୀଙ୍କୁ ରଖିବା କଥା। କିନ୍ତୁ ଡାକ୍ତରଙ୍କ ଏଭଳି ଅପରେସନ ଦେଖି ଅନ୍ୟ ମହିଳା ମାନେ ଆଉ ଏଇ ବିରାଶାଳ ମେଡିକାଲରେ ଅପରେସନ ପାଇଁ ନାକ ଟେକିଲେଣି। ମେଡକାଲର କୌଣସି କର୍ମଚାରୀ ଏ ବିଷୟରେ ପ୍ରତିକ୍ରିୟା ଦେବାପାଇଁ ମୁହଁ ଖୋଲୁନାହାଁନ୍ତି। ଏନେଇ ଆମେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନଜରକୁ ଆଣିଥିଲୁ। ସେ କହିଛନ୍ତି ଏ ବିଷୟରେ ଆମେ ଜିଲ୍ଲାପାଳଙ୍କୁ ଜଣେଇ ଦେଉଛୁ ଏବଂ CDMO ଙ୍କ ଜରିଆରେ ଏକ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *