ଆହେ ମହାବାହୁ ଘେନ ଗୁହାରି ମୋହର

ଆହେ ମହାବାହୁ ଘେନ ଗୁହାରି ମୋହର –
ଆହେ ମହାବାହୁ ଘେନ ଗୁହାରି ମୋହର
ରଥଯାତ୍ରା ରେ ଯାଉଥିବା ବେଳେ ଗୁହାରି ମୋ ରକ୍ଷା କର।
ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରେ ରଥ ଶୋଭା ମନୋହର
ବିଜେ କରୁଅଛ ନନ୍ଦିଘୋଷ ରଥେ ଶୋଭା ଅଟେ ମନୋହର।
ଭଉଣୀ ଚାଲଇ ଦେବଦଳନ ରେ
ଭାଇ ‌ନନ୍ଦିଘୋଷ ରଥେ
ଜଗା ଅପେକ୍ଷାରେ ଜନସାଧାରଣ
ଜନସମାଗମ ପଥେ।
ପୁଣ୍ୟ ତୀର୍ଥକ୍ଷେତ୍ର ପୁର ଧାମ ଅଟେ
ମହିମା ତା ପଟାନ୍ତର
ଜଗା ଦରଶନ ଅପେକ୍ଷା ରେ ମନ
କି ଅପରୂପ ମନୋହର।
ବିଶ୍ବ ବାସୀ ଆଜି ଅପେକ୍ଷା ରେ
ଜଗା ଦରଶନ ପାଇଁ
ଦରଶନ ଦିଅ ମହାପ୍ରଭୁ ତୁମେ
ଭାଇ ଭଉଣୀ ଙ୍କୁ ନେଇ।


ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ, ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *