ଏଆଇଟିୟୁସି ଜଗତସିଂହପୁର ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଡ଼ାକରାରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଏଆଇଟିୟୁସି ଜଗତସିଂହପୁର ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।୪ ଟି ଶ୍ରମ ଆଇନକୁ ବାତିଲ, ଅଙ୍ଗନବାଡି,ଆଶା, ପାଚିକାଙ୍କୁ ୱାର୍କରର ମାନ୍ୟତା ସହିତ ସର୍ବନିମ୍ନ ୨୬ ହଜାର ଟଙ୍କା ଦରମା,ସାମାଜିକ ନିରାପତ୍ତା ଓ ପେନସନ,ରାଷ୍ଟ୍ରୀୟ ଉଦ୍ୟୋଗର ଘରୋଇ କରଣ ବନ୍ଦ କରିବା, ଦରଦାମ ବୃଦ୍ଧି ବନ୍ଦ କରିବା ଆଦି ବିଭିନ୍ନ ଦାବୀ ନେଇ ଏଆଇଟିୟୁସି ଆନ୍ଦୋଳନକୁ ଓହ୍ଲାଇଛି ।ଯଦି ସରକାର ଏହାର ଖୁବ ଶୀଘ୍ର ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଏଆଇଟିୟୁସି ଚେତାବନୀ ଦେଇଛି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *