ଜଗତସିଂହପୁର ଜିଲ୍ଲାରେ ପହଁଚିଲା ଅକ୍ଷତ କଳସ

ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ଉଦେଶ୍ୟ ରେ ବିଶ୍ଵ ହିନ୍ଦୁ ପରିଷଦ ର ଜଗତସିଂହପୁର ଜିଲ୍ଲା ସମ୍ପାଦକ ଶ୍ରୀ ନଳିନୀ ବାବା ବିଶ୍ୱ ହିନ୍ଦୁ ପରିଷଦ କୁ ଅଯୋଧ୍ୟା ନଗରୀ ରୁ ଆସିଥିବା ପୂର୍ଣ୍ଣ ଅକ୍ଷତ କଳସ ଯଜ୍ଞ ସମାରୋହ ଓ ଶୋଭାଯାତ୍ରାରେ ଭାଗ ନେଇ ଥିଲେ । ଯାହା ଫଳରେ କି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମ ଙ୍କ ଏହି ଭବ୍ୟ ପୂର୍ଣ୍ଣ ଅକ୍ଷତ କଳସ କୁ ଜଗତସିଂହପୁର ବସ ଷ୍ଟାଣ୍ଡ ନିକଟ ପୂର୍ଣ୍ଣ ମାସୀ ଙ୍କ ପୀଠ ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ, ଗଗମ ତୀର୍ଥକ୍ଷେତ୍ର, ପଣ୍ଡିତ ରବିନାରାୟଣ ମିଶ୍ର, ସୁନାକର ବେହେରା,ଭଗବାନ ଦାଶ ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବସ ଷ୍ଟାଣ୍ଡ ନିକଟରୁ ମା ସୁବର୍ଣ୍ଣ ବରାହୀ ଙ୍କ ପୀଠକୁ ଯାଇ ସେଠାରେ ଅଯୋଧ୍ୟା ର ମର୍ଯ୍ୟାଦା ପୁରୁଷତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ କଳସ ସ୍ଥାପନ କରାଯାଇଥିଲା । ସେଠାରେ ଶ୍ରୀ ରାମ ଧ୍ବନି ଗାନ ପାରେ ଆଗାମୀ 17 ତାରିଖ ଠାରୁ ଜିଲ୍ଲାର ପ୍ରତ୍ୟେକ ପରିବାର ଙ୍କୁ ଅଯୋଧ୍ୟା ନିମନ୍ତ୍ରଣ ପତ୍ର , ପ୍ରଭୁ ଶ୍ରୀରାମ ଙ୍କ ଫୋଟୋ ଓ ଅକ୍ଷତ ପ୍ରସାଦ ପହଞ୍ଚାଇବା ପାଇଁ ଲକ୍ଷ ରହିଛି ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *