ଅଖିଳ ଭାରତୀୟ ଗୋଂଡ଼ୱାନା ଗଣ୍ଡ ମହାସଭାର ସାଧାରଣ ସଭା ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ପ୍ରଦେଶର ଗଣ୍ଡ ସମାଜର ସାଧାରଣ ପରିଷଦ ସଭା ଆଜି ଓଡିଶା ଡିପ୍ଲୋମା ଇଞ୍ଜିନିଅର ଆସୋସିଏସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି.ଅଖିଳ ଭାରତୀୟ ଗୋଂଡ଼ୱାନା ଗଣ୍ଡ ମହାସଭାର ରାଜ୍ୟ ମହାସଚିବ ପ୍ୟାରୀ ମୋହନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗଣ୍ଡ ସମାଜର କର୍ମକର୍ତ୍ତା ମାନଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂତନ କାର୍ଯ୍ୟକର୍ତା ନିର୍ବାଚନ ପାଇଁ ଓ ଓଡିଶା ପ୍ରଦେଶରେ ଗଣ୍ଡ ସମାଜର ସାମଗ୍ରିକ ବିକାଶ ପାଇଁ ଆଲୋଚନା କରି ନିର୍ଯ୍ୟାସ ବାହାର କରିବାକୁ ଏହି ବୈଠକ ବୋଲି ଗଣ୍ଡ ମହାସଭା ତରଫରୁ କୁହାଯାଇଛି. ବିଶେଷ କରି ଗତ 2009 ମସିହାରେ ଅନ୍ତର୍ଜାତୀୟ ଗଣ୍ଡ ମହାସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଆଧାରରେ ଝାରସୁଗୁଡା ଜିଲ୍ଲାରେ ଗଣ୍ଡ ସମାଜର ପ୍ରଥମ ସହିଦ ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ପ୍ରତିମୂର୍ତ୍ତି ଶୀଘ୍ର ଉନ୍ମୋଚନ ହେବାକୁ ଯାଉଥିବାରୁ, ସମାଜର ଆଗାମୀ ପିଢ଼ିକୁ ଦେଶର ମୁଖ୍ୟ ବିକାଶର ସ୍ରୋତରେ କିପରି ସାମିଲ କରାଯିବା ବିଷୟରେ, ଦେଶ ସ୍ୱାଧୀନତା ଆନ୍ଦୋଳନ ସମୟରେ 17ଟି ଗଡଜାତର ଗଣ୍ଡ ସମାଜର ଦେଶ ପାଇଁ ଆନ୍ଦୋଳନର ଇତିହାସ ଖୋଜି ସ୍ଥାନ ଦେବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଆଗକୁ ପଦକ୍ଷେପ ନେବା ପାଇଁ ସାଧାରଣ ସଭା ହୋଇଛି ବୋଲି କହିଛନ୍ତି ଗଣ୍ଡ ସମାଜର ରାଜ୍ୟ ସଭାପତି ମହେନ୍ଦ୍ର ନାୟକ. ନୂତନ କମିଟି ଗଠନ ପାଇଁ ନିଷ୍ପତି ନେବା, ଗଣ୍ଡ ସମାଜର ଲୋକ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଓ ଆର୍ଥିକ ବିକାଶ ପାଇଁ କି କି କାମ କରାଯିବ ସେଥିପାଇଁ ନିର୍ଯାସ ବାହାର କରିବା, ପୂର୍ବରୁ ଗଣ୍ଡ ମହାସଭାର ଆନ୍ତର୍ଜାତୀୟ ସଭା ହୋଇଥିଲା ସେ ବିଷୟରେ ଆଲୋଚନା କରି ଆଗାମୀ ସଭା ପାଇଁ ପ୍ରସ୍ତୁତି କରିବା, ସମାଜକୁ ଆଗକୁ ନେବା ପାଇଁ ଆଉ କି ପଦକ୍ଷେପ ନେବାକୁ ପଡିବ ସେ ବିଷୟରେ ଆଲୋଚନା କରିବାକୁ ଆମେ ସମସ୍ତେ ଏକାଠି ହୋଇଛୁ ବୋଲି କହିଛନ୍ତି ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ମାଝୀ:
ଭୁବନେଶ୍ୱର ରୁ ବିଜୟ ନନ୍ଦ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *