ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ପୂର୍ବ ସମସ୍ତ ପରୀକ୍ଷା ସଫଳ : ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ପୂର୍ବ ସମସ୍ତ ପରୀକ୍ଷା ସଫଳ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ଉତ୍‌କ୍ଷେପଣ ସମୟରେ ଚନ୍ଦ୍ରଯାନ-୩କୁ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ତାହାର ସମସ୍ତ ପରୀକ୍ଷା ଶେଷ ହୋଇଥିବା ଇସ୍ରୋ କହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ବେଙ୍ଗାଲୁରୁ ସ୍ଥିତ ୟୁଆର ରାଓ ଉପଗ୍ରହ କେନ୍ଦ୍ରରେ ସମସ୍ତ ପରୀକ୍ଷା ହୋଇଥିବା ଜଣାପଡ଼ିଛି।

ଇସ୍ରୋ ତରଫରୁ ମିଳିଥିବା ସୂଚନାନୁଯାୟୀ, ଚନ୍ଦ୍ରଯାନ-୩ର ୩ଟି ମୁଖ୍ୟ ମଡ୍ୟୁଲ୍‌ ରହିଛି। ସେଗୁଡ଼ିକ ହେଲା ପ୍ରପଲସନ୍‌, ଲାଣ୍ଡର ଓ ରୋଭର। ଏଗୁଡ଼ିକ ଠିକ୍‌ଭାବେ କାମ କରୁଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ ପାଇଁ ପରୀକ୍ଷା କରାଯାଇଥିଲା। ସେହିପରି ଗତ ଫେବୃଆରୀ ୨୪ରେ ଇସ୍ରୋ ତରଫରୁ କ୍ରାଓଜେନିକ୍‌ ଇଞ୍ଜିନର ସଫଳ ପରୀକ୍ଷଣ ହୋଇଥିଲା। ଏହି ଇଞ୍ଜିନକୁ ୨୫ ସେକେଣ୍ଡ ପର୍ଯ୍ୟନ୍ତ ପୂର୍ଣ୍ଣ ଶକ୍ତିରେ ଚଲାଯାଇଥିଲା। ପରବର୍ତ୍ତୀ ସମୟରେ ଇଞ୍ଜିନର ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କରାଯିବ ବୋଲି ଇସ୍ରୋ ତରଫରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *