ଭିନ୍ନ ରାସ୍ତାରେ ଗୋରୁ ଚୋରା ଚାଲାଣ ଅଭିଯୋଗ
ଭଦ୍ରକ :୨୬/୧୦:- ଭଦ୍ରକର ଭଣ୍ଡାରିପୋଖରୀ ଓ ବାଲେଶ୍ବରର ସିମୁଳିଆ,ରୁପ୍ସା ଓ ବସ୍ତାରେ ଚୋରା ଗୋ ଚାଲାଣ ରୋକାଯିବା ନେଇ ୧୬ ନମ୍ବର ଜାତୀୟ ରାଜପଥରେ ପୋଲିସ ପକ୍ଷରୁ ବ୍ୟାରିକେଡ଼ ଲଗା ଯାଇଛି। ତେବେ ସମ୍ବଲପୁରରୁ କେନ୍ଦୁଝର ଜିଲ୍ଲା ଦେଇ ମୟୁରଭଞ୍ଜର ରାଇରଙ୍ଗପୁର ବମ୍ବେ ଛକ ରାସ୍ତାରେ ୧୪ଚକିଆ କଣ୍ଟେନରରେ ବସ୍ତା ପାଲ ବାନ୍ଧି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ସନ୍ଦେହ ପ୍ରକାଶ ପାଇଥିବାରୁ ଉକ୍ତ ଅଂଚଳରେ ବେରିକେଡମାନ ଲଗାଇବା ପାଇଁ କେତେକ ଗୋ ସୁରକ୍ଷା କର୍ମୀ ଆଜି କହିଛନ୍ତି।
ରିପୋର୍ଟ :-ପୁନିଲ. କୁମାର ସାମନ୍ତ।