କୋଣାର୍କ ନାଟ୍ୟମଣ୍ଡପରେ ଅର୍କାଘ୍ୟ ଓ ଅଷ୍ଟମ ପ୍ରହର ନାମ ଯଜ୍ଞ
![](https://teerthkhetra.com/wp-content/uploads/2023/01/altar-and-worship-in-the-konark-natyamandap.jpg)
କୋଣାର୍କ ୧୪.୦୧.୨୦୨୩ – ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ସ୍ଵର୍ଗତ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟମଣ୍ଡପର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମହାଦେବଙ୍କ ସମ୍ମୁଖରେ ଅନୁଷ୍ଚିତ ହୋଇଛି ଅଷ୍ଟମପ୍ରହର ନାମ ଯଜ୍ଞ ଓ ଅର୍କାଘ୍ୟ । ଗତ ୧୩ତାରିଖ ଶୁକ୍ରବାର ଅଧିବାସ ହେଇଥିବା ବେଳେ ୧୪ତାରିଖ ଶନିବାର ମକର ସଙ୍କ୍ରାନ୍ତି ଦିନ ନାମ ସଂକୀର୍ତନ ଓ ଅର୍କାଘ୍ୟ ଅନୁଷ୍ଠିତ ଓ ୧୬ତାରିଖ
ରବିବାର ସୁର୍ଯ୍ୟୋଦେବଙ୍କୁ ପ୍ରାତଃ ବନ୍ଦାପନା, ପୂଜାର୍ଚ୍ଚନା ଓ ଅପରାହ୍ନରେ ଅଷ୍ଟମପ୍ରହର ନାମ ଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ମକର ସଙ୍କ୍ରାନ୍ତି ଦିନ ଓ ଅଷ୍ଟମପ୍ରହର ନାମ ଯଜ୍ଞର ପୂର୍ଣ୍ଣାହୁତି ଉତ୍ସବରେ ଶ୍ରଦ୍ଦାଳୁମାନଙ୍କୁ ପ୍ରସାଦ ସେବନରେ ଆପାୟୀତ କରାଯାଇଥିଲା। ସ୍ଥାନୀୟ ବାହାରଣା, ବନାଖଣ୍ଡୀ ଓ ଅଚ୍ୟୁତପୁର ଗ୍ରାମର ସଙ୍କୀର୍ଭନ ମଣ୍ଡଳୀ ପକ୍ଷରୁ ତିନି ଦିନ ଧରି ଅହରାତ୍ର “ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ, ମନ୍ତ ପାଠ ସହ ଭଜନ କୀର୍ଭନରେ ଶ୍ରଦ୍ଧାଳୁମାନେ ମଜିରହିଛନ୍ତି । ପବିତ୍ର ମକର ସଙ୍କ୍ରାନ୍ତି ଦିନ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵ ମହାଦେବ ଓ ସୁର୍ଯ୍ୟୋଦେବଙ୍କୁ ଅର୍କାଘ୍ୟ ଅର୍ପଣ କରାଯାଇଥିଲା । ତ୍ରୀଦିବସୀୟ ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ଉତ୍ସବରେ ସ୍ଥାନୀୟ ଅଞ୍ଚଳ ଓ ନାଟ୍ୟମଣ୍ଡପ ସହ ଜଡିତି ଥିବା ଶତାଧିକ ବ୍ୟକ୍ତିମାନେ ଯୋଗ ଦେଇ ଶ୍ରୀ ହରିଙ୍କ ନାମମୃତ ପାନ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ନାଟ୍ୟମଣ୍ଡପର ସମ୍ପାଦକ ଶିବାଶୀଷ ପ୍ରଧାନ, ଉପସଭାପତି ପ୍ରସନ୍ନ ବେଉରିଆ, ସୁଲୋଚନା ପ୍ରଧାନ, ଗୋଟିପୁଅ ନୃତ୍ୟ ଗୁରୁ ଜୟକୃଷ୍ଣ ନାୟକ, ସଞ୍ଜୀବନୀ ପ୍ରଧାନ, କୁମାର ଟୁବୁଲା, ସୂର୍ଯ୍ୟକନ୍ତ ପ୍ରଧାନ ଓ ଅନ୍ତେବାସୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।