ମାଁ ଘଣ୍ଟାସୁନି ଙ୍କ ଦୀପ ଆରମ୍ଭ

ଟିଟିଲାଗଡ଼ : ଆ ଆଶ୍ଵିନ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି । ଟିଟିଲାଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାସୁନି ଙ୍କର ଅଷ୍ଟ ଦିନାତ୍ମକ ଦୀପ ଆରମ୍ଭ ହୋଇଛି । ଗ୍ରାମ ଦେବୀଙ୍କ ଦୀପ ଟିଟିଲାଗଡ଼ ଗଁ ତିଆ ଙ୍କ ଘରୁ ମାଁ ଙ୍କ ମନ୍ଦିର କୁ ମନ୍ଦିର ପୂଜକ ,ଦିହାରି , ସେବକ ଙ୍କ ସହ । ସହସହ ଭକ୍ତ ଶ୍ରଦ୍ଧାଳୁମାନେ ଏହି ଦୀପ ଯାତ୍ରା ସାମିଲ ହୋଇ ମନ୍ଦିର ପର୍ଯ୍ୟନ୍ତ ଆସିଥାନ୍ତି । ଏହି ଦୀପ ଆଠ ଦୀନ ପର୍ଯ୍ୟନ୍ତ ଆସି ମାଁ ଙ୍କ ଠାରେ ପୂଜା ହୋଇଥାଏ ଏବଂ ଆଶ୍ଵିନ ଶୁକ୍ଳପକ୍ଷ ନବମୀ ଦିନ ମାଁ ଘଣ୍ଟାସୁନି ଙ୍କର ଯାତ୍ରା ବହୁତ୍ ଧୁମ୍ ଧାମରେ ପାଳିତ ହୁଏ । ଠିକ୍ ସେହିଭଳି ଚଳିତ ବର୍ଷ ମଧ୍ୟ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳୁଛି ଏହି ବର୍ଷ । ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନେ ଭାବ ବିଭୋର ହୋଇ ଆନନ୍ଦ ନେଉଛନ୍ତି ମାଁ ଙ୍କ ଏହି ଦୀପଯାତ୍ରା କୁ । ଆସନ୍ତା ଆଶ୍ଵିନ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ମାଁ ଘଣ୍ଟାସୁନି ଙ୍କ ଯାତ୍ରା ରେ ବହୁତ ଭିଡ଼ ହେବାର ସମ୍ଭାବନା ରହିଛି । ଏହି ଯାତ୍ରା ରେ ହଜାର ହଜାର ଭକ୍ତଙ୍କ ସମାଗମ ପ୍ରତୈକ ବର୍ଷ ଦେଖିବାକୁ ମିଳିଥାଏ ଟିଟିଲାଗଡ଼ ଅଧିଷ୍ଠାତ୍ରୀ ମାଁ ଘଣ୍ଟାସୁନି ଙ୍କ ମନ୍ଦିରରେ । ଆଗାମୀ ସମୟରେ ଏଭଳି ଭିଡ଼ କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ପ୍ରଶାସନ କିଭଳି ପଦକ୍ଷେପ ନେବେ ତାଙ୍କର ତତ୍ପରତା କେମିତି ପରିଦର୍ଶନ କରିବେ । ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି ।