ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ରୋଗୀଙ୍କୁ ଟିଉବ ରେ ବସେଇ ଖଡ୍ଗ ନଦୀରେ ପାର କରି ଆଣିଲେ ପୀଡ଼ିତାଙ୍କ ପରିବାର ଲୋକେ

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମ ପଞ୍ଚାୟତ ର କୁବେର ମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏହି ବିକଳ ଚିତ୍ର l ଆନନ୍ତି ପ୍ରଧାନ 45ବର୍ଷ ସ୍ୱାମୀ ଙ୍କ ନାମ ରଘୁନାଥ ପ୍ରଧାନ ଦୀର୍ଘ 4ଦିନ ହେଲା ଝାଡା ବାନ୍ତି ରୋଗରେ ପଡ଼ିଥିଲେ ଥିଲେ l ସେପଟେ କୁବେର ମୁଣ୍ଡା ଗ୍ରାମ ଠାରୁ କ ନୂଆଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ହେଲେ ପାଖା ପାଖି 22କିଲୋ ମିଟର ହେବ l ଏପଟେ କୁବେର ମୁଣ୍ଡା ଠାରୁ ମହାସିଙ୍ଗି କୁ ଦେଢ଼ କିଲୋ ମିଟର ହେବ ଯାହାରୀ ଫଳରେ ଜୀବନ କୁ ବାଜି ଲଗେଇ ଖଡ୍ଗ ନଦୀ ପାର ହେବା କୁ ପରସ୍ଥିତି ବାଧ୍ୟ କରୁଛି l ବାଲିଗୁଡା ଠାରୁ ସାଇପଡା କୁ ଦେଇ ଖଡ୍ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇ ନ ଥିବାରୁ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ l କୁବେର ମୁଣ୍ଡା ଗ୍ରାମ ରେ 15ପରିବାର ରହୁଥିବା ବେଳେ ଗ୍ରାମ କୁ ଯିବା ପାଇଁ ଆମ୍ବୁଲାନ୍ସ କିମ୍ବା ଅଟୋ ବି ଯାଇ ପାରିବ ନାହିଁ l ଏହି ଗ୍ରାମ ରେ ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳ lଏଣୁ ସରକାର କେବେଦୃଷ୍ଟି ଦେବେ ଏହି ଅଞ୍ଚଳ କୁ ତାହା ଦେଖିବାକୁ ବାକି।

Leave a Reply

Your email address will not be published. Required fields are marked *