୯୦ କେଜି ଗଞ୍ଜେଇ ସହିତ ଆମ୍ବୁଲାନ୍ସ ଜବତ

୧୬ ନମ୍ୱର୍ ଜାତୀୟ ରାଜପଥ ରେ ଆମ୍ବୁଲାନ୍ସ ଯୋଗେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ପ୍ରତିଦିନ ପରି ବଡ଼ଚଣା ପୋଲିସ ପକ୍ଷରୁ ଗତକାଲି ସକାଳେ ବଡ଼ଚଣା ପେଟ୍ରୋଲ ପମ୍ପ ଆଗରେ ଯାଞ୍ଚ ଚାଲୁଥିଲା, ପୋଲିସ ଯାଞ୍ଚ ହେଉଥିବା ଦେଖି ଆମ୍ବୁଲାନ୍ସ ଟି ହଡବଡ ହୋଇ ବାଡ଼ିକେଟ ରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ପୋଲିସ ଉଦ୍ଧାର ପାଇଁ ସଂଗେ ସଂଗେ ଆମ୍ବୁଲାନ୍ସ ପାଖକୁ ଗଲାବେଳକୁ ସେଥିରୁ ଦୁଇ ଜଣ ବ୍ୟକ୍ତି ନିକଟରେ ଥିବା ବିଲକୁ ଦୌଡ଼ି ଥିଲେ, ପୋଲିସ ପିଛା କରି ଦୁଇ ଜଣକୁ ଧରି ଆମ୍ବୁଲାନ୍ସ ଗାଡି ଟି କୁ ଚେକିଙ୍ଗ କଲା ବେଳେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ,ସୂଚନା ଥାଉ କି, ଏହି ଗଞ୍ଜେଇ କଟକ ମଙ୍ଗୁଳି ଠାରୁ ୱେଷ୍ଟ ବେଙ୍ଗଲ ର ମେଦିନୀ ପୁର ଜିଲ୍ଲା ଦାନ୍ତନୁ ଅଞ୍ଚଳ କୁ ଚୋରା ଚାଲାଣ ହେଉଥିଲା,WB-43-00-40 ଆମ୍ବଲାନ୍ସ ଟିକୁ ଜବତ କରିବା ସହିତ ବଡ଼ଚଣା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।ଗିରଫ ଦୁଇ ବ୍ୟକ୍ତି ଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲ୍ଲା ଯୋଗେଶ୍ୱର କାଳିଆ, ଜଗନ୍ନାଥ ଖୁଣ୍ଟା ବାଙ୍ଗିରି ପୋଷି, ଅନ୍ୟ ଜଣେ କଲିକତା ପଶ୍ଚିମମେଦିନା ପୁର ବଡ଼ ବଗଡା ଅଂଚଳର ସଞ୍ଜୁ ପାତ୍ର ବୋଲି ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି,

ଧର୍ମଶାଳା ଈଶ୍ୱର ଚନ୍ଦ୍ର ବାରିକ reporter

Leave a Reply

Your email address will not be published. Required fields are marked *