ରାଇକିଆ ପ୍ରଶାସନ ର ଅବହେଳା ର କରୁଣ ପରିଣତି ଭୋଗିବାକୁ ପଡୁଛି ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ

ପ୍ରଶାସନ ର ଅବହେଳା ର କରୁଣ ପରିଣତି ଭୋଗିବାକୁ ପଡୁଛି ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ। କଂଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।108 ଆମ୍ବୁଲାନ୍ସ ଯାହାକି ରାଇକିଆ ଅଞ୍ଚଳ ବାସୀ ଙ୍କୁ ନିତାନ୍ତ ଆବଶ୍ୟକ।ରାଇକିଆ ଅଞ୍ଚଳ ର ଉପାନ୍ତ ଏରିଆ ଯଥା କରଡା,ଇନ୍ଦ୍ରଗଡ,ରଣବା ଓ ଵାର୍ବା ପଂଚାୟତ ଗୁଡ଼ିକ ଘାଟି ଜଙ୍ଗଲ ଓ ପାହାଡ ଘେରା ମଧ୍ୟ ରେ ଅବସ୍ଥିତ ତାହା ଛଡା ରାଇକିଆ ର 12 ଗୋଟି ପଂଚାୟତ ର ଗମନା ଗମନ ବା ରାସ୍ତା ଘାଟ ର ସୁବିଧା ନାହିଁ।ଆଜକୁ ପ୍ରାୟ 4 ରୁ 5 ବର୍ଷ ହେବ 108 ଗାଡ଼ି ରାଇକିଆ ବ୍ଲକ କାର୍ଯ୍ୟାଳୟ ହତା ମଧ୍ୟ ରେ ରହୁଥିଲା ଯାହା ଫଳ ରେ 50 କିମି ଦୂରତା ଭିତରେ ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ର ର ସୁବିଧା ପାଇ ପାରୁଥିଲେ।ଓଡ଼ିଶା ସରକାର ତଥା 5t ଜନସାଧାରଣ ଙ୍କ ସ୍ବାସ୍ଥ୍ୟ ସେବା ସକାଶେ 108 ର ଯେଉଁ ପଦକ୍ଷେପ ନେଇଛନ୍ତି ସେଥି ସକାଶେ ସାରା ଓଡ଼ିଶା ର ପ୍ରିୟପାତ୍ର ହୋଇପାରିଛନ୍ତି ଏବଂ ସରକାର ଙ୍କ ନାରା ମାଆ ଙ୍କୁ ସମ୍ମାନ,ଗାଆଁ କୁ ରାସ୍ତା ଏବଂ ସ୍ବାସ୍ଥ୍ୟ ଶିକ୍ଷା ଉପରେ ଯୋଜନା ଉପରେ ଯୋଜନା ତିଆରି କରିଥିବା ବେଳେ କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଏହାର ଓଲୋଟା ପ୍ରତିଫଳନ ଦେଖିବାକୁ ମିଳିଛି।108 ଆମ୍ବୁଲାନ୍ସ କର୍ମଚାରୀ ଙ୍କ ରହିବା ବା ବିଶ୍ରାମ ନେବା ସକାଶେ ଛାତ ଖଣ୍ଡିଏ ନଥିବା କାରଣ ରୁ ଏହି କଥା ଦାଣ୍ଡ ରେ ପଡ଼ି ହାଟ ରେ ଗଡିବା ସରକାରଙ୍କ ପାଇଁ ହାସ୍ୟାସ୍ପଦ ଭଳି ମନେ ହେଉଛି।ଆଜି ସକାଳୁ ସକାଳୁ ରାଇକିଆ ବିଡ଼ିଓ ବ୍ଲକ ହତା ଭିତରୁ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ବାହାର କରିଦେବା ପରେ ଆମ୍ବୁଲାନ୍ସ କର୍ମଚାରୀ ଘଣ୍ଟା ଘଣ୍ଟା ଧରି ବାହାରେ ବସି ରହିଥିଲେ ଏପରିକି ରାଇକିଆ ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି ବାଟ ବାହାରି ପାରି ନ ଥିଲା କିନ୍ତୁ ରାଇକିଆ ଅଞ୍ଚଳ ର ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ଓ ସମାଜସେବୀ ରାଜମୋହନ ଦିଗାଲ,ଅଭିମନ୍ୟୁ ନାୟକ,ଜୟାନନ୍ଦ ନାୟକ,ସୁରେନ୍ଦ୍ର ପଣ୍ଡା,ମିଥୁନ ଦିଗାଲ,ବିଜୟ ପଣ୍ଡା,ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା,ସରପଞ୍ଚ ଅକ୍ଷୟ ପ୍ରଧାନ ଙ୍କ ହସ୍ତକ୍ଷେପ ଫଳରେ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଧେଶକ୍ରମେ ରାଇକିଆ RMC ହତା ଭିତରେ କିଛି ଦିନ ପାଇଁ ଥଇଥାନ ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି।

report by nrusingha charan Dash

Leave a Reply

Your email address will not be published. Required fields are marked *