ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରବରେ ବାର୍ଷିକ ଉତ୍ସବ ପାଳିତ

।ରାୟଗଡା ତା ୨୩-୧୨-୨୩ ଜେକେପୁର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ୨୦୨୨-୨୩ ଶିକ୍ଷାବର୍ଷ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟ ର ସଭାପତି ଶ୍ରୀ ଗୌରହରି ସାହୁ ସଭାପତି ଆସନ ଅଳଙ୍କୃତ କରିଥିଲେ । ଓ ଅତିଥିମାନଙ୍କୁ ଅଧ୍ୟକ୍ଷା ମମତାରାଣୀ ବେହେରା ସ୍ୱାଗତ ଜଣାଇଥିଲେ । ସମ୍ପାଦକ ବିଜୟ ନାୟକ ଅତିଥୀଙ୍କ ପରିଚୟ ପ୍ରଦାନ କରୁଥିଲେ । ସୁଶ୍ରୀ ବେହେରା ବିବରଣୀ ପଠନ କରି ବିଦ୍ୟାଳୟ ର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କ କୃତିତ୍ୱ ଓ ଶିକ୍ଷାକେନ୍ଦ୍ରର ଅଗ୍ରଗତି ବିଷୟରେ ଦର୍ଶକଙ୍କୁ ଜଣାଇଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ,ରାୟଗଡ ଶ୍ରୀଯୁକ୍ତ ଭଜନଲାଲ ମାଝୀ ,ସମ୍ମାନିତ ଅତିଥି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଦୀପକ କୁମାର ବେହେରା ଓ ସଂଯୋଜକ ଶ୍ରୀଅରବିନ୍ଦ ପାଠଚକ୍ର କୋରାପୁଟ ଶ୍ରୀଯୁକ୍ତ ମୀନକେତନ ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ସଂଯୋଜକ ଶ୍ରୀଅରବିନ୍ଦ ପାଠଚକ୍ର କୋରାପୁଟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ୱାଇଁ ଶିକ୍ଷାର୍ଥୀମାନଙ୍କୁ ଉଚିତ ଅର୍ଜନ କରି ଦେଶ ଗଠନରେ ଏକ ପିଲର ଭାବେ ନିଜକୁ ଗଢିତୋଳିବାକୁ କହିବା ସହ ଶ୍ରୀଅରବିନ୍ଦଙ୍କ ଦର୍ଶନ ଶାସ୍ତ୍ର ଓ ଶିକ୍ଷା ବିଷୟରେ ଜଣାଇଥିଲେ । ଏବଂ ବାର୍ଷିକ କ୍ରୀଡା ,ବକୃତା, ରଚନା ନୃତ୍ୟ ,ସଙ୍ଗୀତ ପ୍ରତିଯୋଗିତା ଇତ୍ୟାଦି ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ମଝି ପୁରସ୍କାର ପ୍ରଦାନ କରିଥିଲେ । ସର୍ବଶେଷରେ କୋଷାଧ୍ୟକ୍ଷ ବରିଷ୍ଠ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ମହାରଣା ସମସ୍ତ ଅତିଥି ମାନଙ୍କୁ ଆତିଥ୍ୟ ଗ୍ରହଣକରୀ ଆସିଥିବା ରୁ ଶିକ୍ଷାକେନ୍ଦ୍ର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏବଂ ଏହାପରେ ମଞ୍ଚ କାର୍ଯ୍ୟ ସମାପ୍ତି ହୋଇଥିଲା ଓ ଅପାଭାଇ ଆଙ୍କୁ ଅଟକା ,ଅଙ୍କିତା ଲେଙ୍କା ,ନର୍ମଦା ଦାଶ, ହେମମାଳି ଗରଡ଼ିଆ,ସୁମିତ୍ରା ପେଦେଣ୍ଟି,ଜ୍ୟୋତି ପୁଲାକା,ନନ୍ଦିନୀ କାଡ୍ରlକା,ସୀମା ମାଣ୍ଡିଙ୍ଗା, ଗୀତାଞ୍ଜଳି ପଣ୍ଡା ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀ ଙ୍କଦ୍ୱାର ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷାକେନ୍ଦ୍ରର ଆକାଶ ଗଉଡ଼ ଓ କୋଏଲ ପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷାବିତ୍ ଶ୍ରୀ ସତ୍ୟ ନାରାୟଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।

Leave a Reply

Your email address will not be published. Required fields are marked *