ସ୍କୁଲ ପରିସରରେ ଖେଳୁଥିବା ଜଣେ ଛାତ୍ରୀଙ୍କ ଗୋଡ଼ରେ ପଶିଲା ଲୁହା ରଡ଼

ଭଞ୍ଜନଗର ଥାନା ଅଧୀନରେ ଥିବା ବୁଦୁଲି ଗ୍ରାମର ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ରେ ଘଟିଯାଇଛି ଏକ ଅଘଟଣ l ସ୍କୁଲ ପରିସର ମଧ୍ୟରେ ଖେଳୁଥିବା ଜଣେ ଛାତ୍ରୀଙ୍କ ଜଙ୍ଘରେ ଲୁହା ରଡ଼ ପଶିଯାଇଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାଇ ଗତକାଲି ବୁଦୁଲି ଗ୍ରାମ ନିକଟରେ ଥିବା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ କୁ ଗତ 25 ଆପ୍ରଲ ମାସରେ ଉନ୍ନତି କରି 5t ରେ ରୂପାନ୍ତରିତ କରା ଯାଇଥିଲା l ଦୀର୍ଘ ଦିନ ହେବ ସ୍କୁଲର କାମ ସରିଯିବା ସର୍ତ୍ତେ ମଧ୍ୟ ଉନ୍ନତି କାରଣ ପାଇଁ ଆସିଥିବା ଲୁହା ଛାଡ ଗୁଡିକ ଖେଳ ପଡିଆରେ ପଡିରହିଥିଲା l ଗତକାଲି ମଧ୍ୟାନ ଭୋଜନ ଖାଇ ଶାରୀ କିଛି ଖେଳ ପଡିଆରେ ଖେଳୁଥିବା ସମୟରେ ସେହି ସ୍କୁଲ ରେ ବୁଦୁଲି ଗ୍ରାମର ନଳିନୀ ଭୂୟାଁ ଙ୍କ ଦଶମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ରୀ କାଜଲ ଭୂୟାଁ ଙ୍କ ଜଙ୍ଘରେ ଲୁହା ଛାଡ ପଶିଯାଇଥିଲା l କାଜଲଙ୍କ ଚିତ୍କାର ଶୁଣି ସ୍କୁଲ ଶିକ୍ଷକ ମାନେ ପହଞ୍ଚି କାଜଲର ଅଭିଭାବକ କୁ ଖବର ଦେବା ସହିତ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗ ଆସି ପ୍ରଥମେ ଲୁହା ଛଡ ଟିକୁ ଗ୍ୟାସ କଟର ସାହାଯ୍ୟରେ କଟାଯାଇଥିଲା l ଚିକିତ୍ସା ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇ l କାଜଲଙ୍କ ଜଙ୍ଘ ରେ ପଶିଥିବା ଲୁହା ରଡ଼ ଟିକୁ ବାହାର କରାଯାଇଥିଲା l ବର୍ତମାନ କାଜଲ ସମ୍ପୂର୍ଣ ଭାବେ ସୁସ୍ଥ ଥିବା ଜଣା ପଡିଛି

Leave a Reply

Your email address will not be published. Required fields are marked *